ବଣାଇ : ବଣାଇ ଉପଖଣ୍ଡରେ ହାତୀ ଉପଦ୍ରବ।। ଜେ ଏସ୍ ଡବ୍ଲୁ ମାଇନ୍ସ ରେ ପଶିଲା ହାତୀ।। ସେପଟେ ଦୁଇଟି ସାହିରେ ଘର ଭାଙ୍ଗିଲା ହାତୀ।

0 399

ବଣାଇ : ୨୩/୭ (ସତ୍ୟାନ୍ୟୁଜ) ବଣାଇ ଉପଖଣ୍ଡରେ ହାତୀ ଉପଦ୍ରବ ଥମୁ ନାହିଁ। ଜଙ୍ଗଲ ଛାଡି ହାତୀ ଏବେ ସହର ମୁହାଁ ହୋଇଛନ୍ତି। ଜଙ୍ଗଲରେ ଆବଶ୍ୟକୀୟ ଖଦ୍ୟ ମିଳୁ ନଥିବାରୁ ହାତୀ ଏବେ ଗ୍ରାମ ଏବଂ ସହର ମୁହାଁ ହେଉଛନ୍ତି । ବଣାଇ ଥାନାର ବିଭିନ୍ନ ଗ୍ରାମ ରେ ହାତୀ ଉପଦ୍ରବ ଚାଲିଥିବା ବେଳେ ଏବେ ମାଇନ୍ସ ଭିତରେ ହାତୀ ପଶୁଛି। ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋଇଡା ଅଞ୍ଚଳ ରେ। ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ଗଣୁଆଁ ଠାରେ ଥିବା JSW ମାଇନ୍ସରେ ଗତକାଲି ହାତୀ ପଶି ଯାଇଥିଲା। ହାତୀ କୁ ଦେଖିବା ପରେ କାର୍ଯ୍ୟରତ ଶ୍ରମିକ ମାନେ କାମ ଛାଡି ଜୀବନ ବିକଳରେ ଦୌଡ଼ି ପଳାଇ ଥିଲେ।। ବେଶ କିଛି ସମୟ ମାଇନ୍ସ ଭିତରେ ହାତୀ ପ୍ରବେଶ ଯୋଗୁଁ ଆତଙ୍କ ସୃଷ୍ଟି ହୋଇଥିଲା ।
ସେହିପରି ଗତକାଲି ରାତିରେ ବଣାଇ ର ଦୁଇଟି ସାହି ରେ ହାତୀ ପଶି ଘର ଭାଙ୍ଗି ଦେଇଛି। ଘର ଲୋକ ମାନେ ଜୀବନ ବଞ୍ଚାଇବାକୁ ଘରୁ ବାହାରି ଦୌଡ଼ି ପଳାଇ ଥିଲେ। ଏହି ଅଞ୍ଚଳ ର କେତେକ ଗାଁର ଲୋକମାନେ ହାତୀ ଭୟରେ ଘର ଉପରେ ମଞ୍ଚା ବାନ୍ଧି ଶୋଉ ଛନ୍ତି। ବନ ବିଭାଗ ଯେତେ ଚେଷ୍ଟା କଲେ ମଧ୍ୟ ଏହି ଗୋଠ ଛଡ଼ା ହାତୀଟି କୁ ଜଙ୍ଗଲକୁ ସ୍ଥାୟୀ ଭାବେ ଘଉଡାଇ ପାରୁ ନାହାଁନ୍ତି।

Leave A Reply

Your email address will not be published.