ବଣାଇ : ଇନ୍ ଡୋର ଷ୍ଟାଡିୟମ୍ ରେ ସୁନ୍ଦରଗଡ଼ ଜିଲ୍ଲା କ୍ୱାନ୍ କିଡୁ ଆସୋସିଏସନ୍ ପକ୍ଷରୁ କରାଟେ ପ୍ରତିଯୋଗିତା ଅନୁଷ୍ଠିତ।।

0 315

ବଣାଇ :୨୩/୭ (ସତ୍ୟାନ୍ୟୁଜ)
ବଣାଇଗଡ ସିଂ ଟୋଲା ଇନ୍ ଡୋର ଷ୍ଟାଡିୟମରେ ସୁନ୍ଦରଗଡ଼ ଜିଲ୍ଲା କ୍ୱାନ୍
କିଡୁ ଆସୋସିଏସନ୍ ପକ୍ଷରୁ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ୱାନ୍ କିଡୁ ଆସୋସିଏସନ୍ ପରିଚାଳନା ନିର୍ଦ୍ଦେଶକ ବିଶ୍ୱଜିତ୍ ବାରିକ ଅଧ୍ୟକ୍ଷତା କରିଥଲେ। ମୁଖ୍ୟ ଅତିଥି ଭାବେ ବଣାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନିଲ ମୁଣ୍ଡୁ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ଗୌରୀ ନର୍ସିଂ କଲେଜ ର ମ୍ୟାନେଜିଂ ଡାଇରେକ୍ଟର ରାଜୁ ପୃଷେଷ୍ଠ , ଏକଲବ୍ୟ ମଡେଲ ସ୍କୁଲ ପ୍ରିନ୍ସିପଲ୍ ଶୀତଲ ପ୍ରସାଦ ଯୋଗ ଦେଇଥିଲେ। ଏହି କରାଟେ ପ୍ରତିଯୋଗିତା ରେ ସୁନ୍ଦରଗଡ଼ , ରାଉରକେଲା , ବଣାଇ ଆଦି ଅଞ୍ଚଳର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ। ପ୍ରତିଯୋଗିତା ସମାପନ ପରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Leave A Reply

Your email address will not be published.