ରାଉରକେଲା : ଗୃହସ୍ଥୀ ଉଦ୍ୟୋଗରେ ଉତ୍ସାହ , ଉଦ୍ଦୀପନା ସହ ଗୁରୁ ପୂର୍ଣ୍ଣିମା ପାଳିତ।। ସମସ୍ତେ ମିଳିମିଶି ପାଳନ କଲେ ଗୁରୁ ପୂର୍ଣ୍ଣିମା।
ରାଉରକେଲା : ୨୨/୭ (ସତ୍ୟାନ୍ୟୁଜ) ପ୍ରତ୍ୟେକ ବର୍ଷ ପରି, ଚଳିତ ବର୍ଷ ମଧ୍ୟ ଗୃହସ୍ଥୀ ଉଦ୍ୟୋଗରେ ଗୁରୁ ପୂର୍ଣିମା ଉତ୍ସବ ପାଳିତ ହୋଇଛି। ଓଡିଶାର ଖ୍ୟାତନାମା ମସଲା କମ୍ପାନୀ ‘ ଗୃହସ୍ଥୀ ‘ ଉଦ୍ୟୋଗ ପ୍ରାଇଭେଟ ଲିମିଟେଡ୍ ସର୍ବଦା ତାହାର ଗୁଣବତ୍ତା ସହିତ ସହିତ ଦେଶର ସମସ୍ତ ପର୍ବକୁ ବଡ଼ ହର୍ଷ ଓ ଉଲ୍ଲାସର ସହିତ ପାଳନ କରିବା ପାଇଁ ପରିଚିତ। ଗୁରୁ ପୂର୍ଣିମାକୁ ଗୁରୁମାନଙ୍କ ଶିକ୍ଷା ଓ ସେମାନଙ୍କର ମାର୍ଗଦର୍ଶନକୁ ଉତ୍ସର୍ଗ କରିବାର ସୁଯୋଗ ମନା ଯାଏ। ଏହି ଉତ୍ସବ ଗୁରୁ-ଶିଷ୍ୟ ପରମ୍ପରାକୁ ସୁଦୃଢ଼ କରେ ଓ ଗୁରୁମାନଙ୍କର ମହତ୍ତ୍ଵକୁ ଉଜାଗର କରେ। ଶିଷ୍ୟମାନେ ସେମାନଙ୍କ ଗୁରୁଙ୍କ ଚରଣରେ ଶ୍ରଦ୍ଧା ଅର୍ପଣ କରନ୍ତି ଓ ସେମାନଙ୍କର କୃପା ଓ ଆଶୀର୍ବାଦ ପ୍ରାପ୍ତିର କାମନା କରନ୍ତି। ଗୃହସ୍ଥୀ ଉଦ୍ୟୋଗ ପରିସରରେ ପ୍ରଥମେ ଦରବାରରେ ସଜା ଗୋ-ମାତା , ଗୁରୁମାତା ଓ ପିତରଙ୍କୁ ଦ୍ୱୀପ ପ୍ରଜ୍ଜ୍ୱଳିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ସି.ଏମ୍.ଡି ଗଣେଶ ପ୍ରସାଦ ବଗଡିଆ, ସି.ଇ.ଓ ଅମିତ ଅଗ୍ରୱାଲଙ୍କ ଦ୍ଵାରା କରାଯାଇଥିଲା। ସେମାନଙ୍କ ଉପସ୍ଥିତି ଓ ଭାଷଣ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲା। ପ୍ରସାଦ ସେବନ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା। ଗୃହସ୍ଥୀ ହିଁ ଏକ ଏପରି ସଂସ୍ଥା ଯେଉଁଠାରେ ସମସ୍ତ ପୂଜାରେ ତାହାର କର୍ମଚାରୀମାନେ ବିନା କୌଣସି ସଙ୍କୋଚ ରେ ଉତ୍ସାହ ର ସହ ଭାଗ ନେଇ ପୂଜା ଅର୍ଚ୍ଚନା କରନ୍ତି। ଏଠାରେ ପ୍ରତ୍ୟେକ ପର୍ବରେ ଏକ ପରିବାର ପରିବେଶ ରହିଥାଏ।
ଏହି କାର୍ଯ୍ୟକ୍ରମରେ ସିତାରାମଜୀ ବଗଡିଆ, ସଙ୍ଗୀତା କୁଣ୍ଡୁ, ଅଞ୍ଜଳି ସାହୁ, ରତନ କଂସାରୀ, ଚନ୍ଦ୍ରକାନ୍ତ ନାୟକ, ପ୍ରଫୁଲ୍ଲ ପାତ୍ର, ସୁଭାଶ୍ରୀ ରେ, ସ୍ୱର୍ଣ୍ଣ ପ୍ରିୟା ନାୟକ, ଭବାନୀ ବସ୍ତିଆ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।