ବଣାଇ : ୨୧/୭ (ସତ୍ୟାନ୍ୟୁଜ) ବଣାଇ ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବଣାଇଁ ଉପଖଣ୍ଡ ସମ୍ବାଦିକ ସଂଘର ସଭାପତି ରଞିତ ଚୌଧୁରୀ ଯୋଗ ଦେଇଥିଲେ । ସାମ୍ବାଦିକ ତପନ କୁମାର ଦଣ୍ଡିଆ, ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲର ମ୍ୟାନେଜିଂ ଡାଇରେକ୍ଟର ରାଜୁ ପୃଷେଠ ପ୍ରମୁଖ ଯୋଗ ଦେଇ ସ୍ବେଚ୍ଛାକୃତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ବାଦ ପ୍ରତିନିଧି ଚିନ୍ମୟ ତ୍ରୀପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ରକ୍ତଦାନ ଶିବିରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସମ୍ମିତା ଚୌଧୁରୀ, ସମ୍ବାଦିକ ହବିବ ଖାନ୍, ହେମନ୍ତ ପାତ୍ର, ମାନବ କୁମାର ପାତ୍ର, ବିଶ୍ବଜିତ ବାରିକ ପ୍ରମୁଖ ସହାୟତା କରିଥିଲେ ।ବଣାଇଁ ରକ୍ତ ଭଣ୍ଡାରର ମଦନ ସୁନ୍ଦର ନାଏକ, ଇନ୍ଦ୍ରଜିତ ପ୍ରଧାନ ରମାକାନ୍ତ ପାତ୍ର ହେମନ୍ତ କୁମାର ସିଂହ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ବଣାଇ ଡାକ୍ତର ଖାନାରେ ବେଡ଼ ସଂଖ୍ୟା ବଢ଼ାଇବା, ବ୍ଲଡ଼ ବ୍ୟାଙ୍କ ରେ ଅଧିକ ୟୁନିଟ୍ ରକ୍ତ ରହିବାର ବ୍ୟବସ୍ଥା କରାଯିବା ନେଇ ଆଲୋଚନା କରାଯାଇଥିଲା।