ରାଉରକେଲା : ୨୧/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା କୋଇଡା ପୋଲିସ ୫୨୦ ନମ୍ବର ଜାତୀୟ ରାଜପଥର ଏକ ବ୍ରିଜ୍ ତଳୁ ଏକ ନର କଙ୍କାଳ ଜବତ କରିଛନ୍ତି। ଏହି କଙ୍କାଳ ମାସେ ହେଲା ନିଖୋଜ ଥିବା ୪୦ ବର୍ଷୀୟ ମନୋଜ
ପାଶ୍ୱାନଙ୍କର ବୋଲି ସନ୍ଦେହ କରାଯାଉଛି। କଙ୍କାଳ ନିକଟରୁ ଏକ ବ୍ୟାଗ୍ ରେ ଥିବା ଆଧାର କାର୍ଡ , ପାସପୋର୍ଟ ସାଇଜ ଫଟ ଏବଂ ଅନ୍ୟ କେତେକ ସାମଗ୍ରୀ ଜବତ କରାଯାଇଛି। ମନୋଜ ଛତିଶଗଡ ଅଞ୍ଚଳର। କିଛି ବର୍ଷ ହେଲା ସେ ସ୍ତ୍ରୀ , ଛୁଆ ପିଲା ସହ କୁସୁମଡିହି ଅଞ୍ଚଳରେ ରହୁଥିଲେ। ଏକ ମାସ ହେଲା ସେ ନିଖୋଜ ଥିଲେ। କୋଇଡ଼ା ପୋଲିସ ସାଇଣ୍ଟଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହା ଏକ ହତ୍ୟାକାଣ୍ଡ କିମ୍ବା ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣା ପଡ଼ିବ।