ରାଉରକେଲା : ମନ୍ଦିରା ଡ୍ୟାମ୍ ରେ ବୁଡି ଦୁଇଜଣ ମୃତ।। ମାଛ ଧରିବା ବେଳେ ଅଘଟଣ।। ୩ ସୁରକ୍ଷିତ ଉଦ୍ଧାର।

0 494

ରାଉରକେଲା : ୨୧/୭(ସତ୍ୟାନ୍ୟୁଜ) ମନ୍ଦିରା ଡ୍ୟାମ୍ ରେ ମାଛ ଧରିବା ବେଳେ ପାଣିରେ ବୁଡି ଦୁଇ ଜଣଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ତିନି ଜଣ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ମୃତକ ଦୁଇଜଣ ହେଲେ ୫୫ ବର୍ଷୀୟ ପୀୟୂଷ ବାଖଲା ଏବଂ ୨୬ ବର୍ଷୀୟ ସୁମନ ଡ଼ାଙ୍ଗ। ପୀୟୁଷ ଝାରବେଡା ଗ୍ରାମର ହୋଇଥିବା ବେଳେ ସୁମନ ବିରମିତ୍ରପୁର ଦେଓକରଣ ଦଫେଇ ର ବାସିନ୍ଦା ବୋଲି ଜଣା ପଡିଛି।
ଆଜି ଅପରାହ୍ନରେ ପାଞ୍ଚ ଜଣ ମାଛ ଧରିବା ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ମାଛ ଧରିବା ସମୟରେ ଦୁଇ ଜଣଙ୍କ ଗୋଡ଼ କାଦୁଅ ରେ ପଶି ଯାଇଥିଲା। ଫଳରେ ସେମାନେ ଗଭୀର ପାଣିରୁ ବାହାରି ପାରି ନଥିଲେ। ଏହି ଘଟଣା ରାଏବୋଗା ଥାନା ଅନ୍ତର୍ଗତ ଝାରବେଡା ଗ୍ରାମ ନିକଟରେ ମନ୍ଦିରା ଡ୍ୟାମରେ ଘଟିଛି । ସ୍ଥାନୀୟ ଲୋକେ ରାଏବଗା ଥାନା ପୁଲିସ ଓ କୁଆଁରମୁଣ୍ଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ରାଏବୋଗା ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ମାନେ ଖୋଜା ଖୋଜି କରିବା ପରେ ଦୁଇ ଜଣ ଙ୍କ ମୃତ ଦେହ ଉଦ୍ଧାର କରିଥିଲେ।

Leave A Reply

Your email address will not be published.