ବଡ଼ମ୍ବା : ଘର ବାଡ଼ି ପଟେ ହାତୀ ଆକ୍ରମଣରେ ମା ପୁଅ ମୃତ।। ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ବିଧାୟକଙ୍କ ପ୍ରତିଶ୍ରୁତି।

0 72

ବଡ଼ମ୍ବା: ୨୩/୪(ସତ୍ୟାନ୍ୟୁଜ) ହାତୀ ଆକ୍ରମଣରେ ମା , ପୁଅ ମୃତ। ଏପରି ଏକ ହୃଦୟ ବିଦାରକ ଖବର ଆସୁଛି କଟକ ଜିଲ୍ଲା ଦେବଭୂଇଁ ପଞ୍ଚାୟତର ନୂଆ ଗାଁ ରୁ l ଏହି ଗ୍ରାମର ୩୦ ବର୍ଷୀୟା ସସ୍ମିତା ନାଏକ ତାଙ୍କ ୫ ବର୍ଷ ପୁଅ ଅନୁଜ ସହ ଗତକାଲି ଅପରାହ୍ନ ରେ ହାତୀ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇ ଛନ୍ତି। ସସ୍ମିତା ତାଙ୍କ ଘର ପଛ ପାଖକୁ ପୁଅ ସହ ଶୌଚ କରିବାକୁ ଯାଉଥିବା ସମୟରେ ହାତୀ ସହ ମୁହଁl ମୁହିଁ ହୋଇ ଯାଇଥିଲେ। ହାତୀ ସେମାନଙ୍କୁ ପାଦରେ ଦଳି ଦେଇ ମାରି ଦେଇଥିଲା। ଏହି ଖବର ପାଇ ବଡମ୍ବା ନରସିଂହପୁର ବିଧାୟକ ବିଜୟ କୁମାର ଦଳବେହେରା ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ମୃତକ ଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ବିଧାୟକ ହସ୍ପିଟାଲ୍ ର ଅବ୍ୟବସ୍ଥା ବାବଦରେ କ୍ଷୋଭ ପ୍ରକାଶ କରିଥିଲେ । ମୃତକ ଙ୍କ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି ବିଧାୟକ କହିଥିଲେ l

Leave A Reply

Your email address will not be published.