ସୁନ୍ଦରଗଡ଼ : କଟର ରେ କାଟି ଏଟିଏମ୍ ରୁ ୬ ଲକ୍ଷ ଟଙ୍କା ଲୁଟ୍।। ପଞ୍ଜାବ ନେସନାଲ ବ୍ୟାଙ୍କ୍ ଏଟିମ୍ ରୁ ଲୁଟ୍।

0 446

ସୁନ୍ଦରଗଡ଼ : ୨୦/୭ (ସତ୍ୟାନ୍ୟୁଜ)
ଏଟିଏମ୍ ଚେଷ୍ଟ କୁ କଟର ରେ କାଟି ସିସିଟିଭି କ୍ୟାମେରାରେ କଳା ରଙ୍ଗ ସ୍ପ୍ରେ କରି ୬ ଲକ୍ଷ ଟଙ୍କା ଲୁଟି ନେଲେ ଦ୍ରୁର୍ବୃତ୍ତ । ସୁନ୍ଦରଗଡ଼ ଟାଉନ ଥାନା ସୁନାରିପଡ଼ା ଅଭିନନ୍ଦନ ହୋଟେଲ ନିକଟ ପଞ୍ଜାବ ନେସନାଲ ବ୍ୟାଙ୍କ୍ ଏଟିଏମ୍ ରୁ ଗତକାଲି ରାତିରେ ହୋଇଛି ଏହି ଲୁଟ୍ । ଯୋଜନାବଦ୍ଧ ଭାବେ ଦୁର୍ବୃତ୍ତ ମାନେ ଗ୍ୟାସ କଟର ସାହାଯ୍ୟରେ ଏଟିଏମ୍ ମେସିନ ର ଚେଷ୍ଟ କୁ କାଟି ଅତି ଆରାମ ରେ ଏହି ଲୁଟ କରିଛନ୍ତି । ପ୍ରଥମେ ଏଟିଏମ୍ ରେ ଲାଗିଥିବା ୪ ଟି ସିସିଟିଭି କ୍ୟାମେରା ରେ କଳା ରଙ୍ଗ ସ୍ପ୍ରେ କରି ଥିଲେ ଲୁଟେରା ମାନେ। ଏଟିଏମ୍ ନିକଟରେ କୌଣସି ସୁରକ୍ଷା ଗାର୍ଡ ନଥିବା ଜଣାପଡ଼ିଛି। ଆଜି ସ୍ଥାନୀୟ ଜଣେ ଗ୍ରାହକ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଏଟିଏମ୍ ଅବସ୍ଥା ଦେଖି ବ୍ୟାଙ୍କ୍ କର୍ତ୍ତୃପକ୍ଷ ଙ୍କୁ ଖବର ଦେଇଥିଲେ । ସୂଚନା ପାଇ ଘଟଣାସ୍ଥଳ ରେ ଟାଉନ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ୍ ର ସାଇବର ଟିମ୍ ଏବଂ ସାଇଣ୍ଟଫିକ୍ ଟିମ୍ ମଧ୍ୟ ଘଟଣା ସ୍ଥଳରେ ଯାଞ୍ଚ କରୁଛନ୍ତି। ଲୁଟ୍ ସମୟ ଏବଂ ଅନ୍ୟ କେତେକ ବିବରଣୀ ଜାଣିବା ଲାଗି ବ୍ୟାଙ୍କ୍ ମୁଖ୍ୟାଳୟ ସଙ୍ଗେ ଯୋଗାଯୋଗ କରା ଯାଉଥିବା ଏସଡିପିଓ ହିମାଂଶୁ ଶେଖର ବେହେରା କହିଛନ୍ତି।

Leave A Reply

Your email address will not be published.