ସୁନ୍ଦରଗଡ଼ : ସରକାରୀ ଜମିରୁ ଜବର ଦଖଲ ହଟାଇବା ନିଷ୍ପତ୍ତିକୁ ବିରୋଧ କଲେ ଆଦିବାସୀ ମଞ୍ଚ।। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମଖରେ ବିକ୍ଷୋଭ ପ୍ରଦର୍ଶନ।
ସୁନ୍ଦରଗଡ଼ : ୨୦/୭ (ସତ୍ୟାନ୍ୟୁଜ) ଚଳିତ ମାସ ୬ ତାରିଖରେ ରାଜସ୍ବ ବିଭାଗ ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାକୁ ବିରୋଧ କରିଛନ୍ତି ଜିଲ୍ଲା ମୂଳବାସି ଆଦିବାସୀ। ସୁନ୍ଦରଗଡ଼ ଜିଲ୍ଲା ମାଟି ବଞ୍ଚାଅ ମଞ୍ଚ ର ଆହ୍ବାନ ରେ ଆଜି ହଜାର ହଜାର ଆଦିବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଗୋଟିଏ ପଟେ ଆଦିବାସୀ ଓ ଅନ୍ଯ ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଇଛି। ଅନ୍ୟପଟେ ଜଙ୍ଗଲ ଜମିରୁ ସେମାନଙ୍କ ଜୀବନ ଜୀବିକା ଓ ବସତିକୁ ଉଚ୍ଛେଦ କରି ସମସ୍ତ ଜମି କମ୍ପାନି ହାତରେ ଟେକି ଦେବାକୁ ଷଡ଼ଯନ୍ତ୍ର କରା ଯାଉଥିବା ଅଭିଯୋଗ କରିଛି ମଞ୍ଚ । ଯଦି ସରକାର ଏହି ନିର୍ଦ୍ଦେଶ ପ୍ରତ୍ୟାହାର ନ କରନ୍ତି ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ମଞ୍ଚ ପକ୍ଷରୁ କୁହା ଯାଇଛି।।