ବଣାଇ : ବଣାଇ ଉପଖଣ୍ଡ ସାମ୍ବାଦିକ ସଂଘ ଗଠନ।। ରଞ୍ଜିତ ଚୌଧୁରୀ ସଭାପତି ଏବଂ ଅବିନାଶ ଶର୍ମା ସମ୍ପାଦକ।

0 333

ବଣାଇ : ୨୦/୭ (ସତ୍ୟାନ୍ୟୁଜ) ବଣାଇ ଉପଖଣ୍ଡର ୪ଟି ବ୍ଲକ ର କାର୍ଯ୍ୟରତ ସାମ୍ବାଦିକଙ୍କୁ ନେଇ ଏକ ନୂତନ ସାମ୍ବାଦିକ ସଂଘ ଗଠନ କରାଯାଇଛି। ବଣାଇ ଆଇଟିଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବୈଠକରେ ସର୍ଵ ସମ୍ମତି କ୍ରମେ ରଞ୍ଜିତ ଚୌଧୁରୀଙ୍କୁ ସଭାପତି ଏବଂ ଅବିନାଶ ଶର୍ମାଙ୍କୁ
ସମ୍ପାଦକ ଭାବେ ମନୋନୀତ କରାଯାଇଛି। ସଞ୍ଜୀବ ମହାପାତ୍ର ଏବଂ ତପନ କୁମାର ଦାଣ୍ଡିଆ ଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିବା ବେଳେ ଉପ ସଭାପତି ପଦ ପାଇଁ ରାକେଶ ମହାନ୍ତି ଏବଂ ହବିବ୍ ଖାନ୍ ଙ୍କୁ ବଚ୍ଛା ଯାଇଛି। ଏହି ଅବସର ରେ ବଣାଇ ବାବା ବାଣେଶ୍ୱର ମନ୍ଦିର ପରିସରରେ ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବଣାଇ ଉପ ଜିଲ୍ଲାପାଳ ସୁରଞ୍ଜନ ସାହୁ ଯୋଗ ଦେଇ କର୍ମକର୍ତ୍ତା ଙ୍କୁ ଅଭିନନ୍ଦନ ଜଣାଇ ଥିଲେ। ସଂଘ ପକ୍ଷରୁ ମନ୍ଦିର ନିକଟରେ ଭିକ୍ଷା ବୃତ୍ତି କରୁଥିବା ବୟସ୍କ ବୟସ୍କା ଙ୍କୁ ଖାଦ୍ୟ , ଛତା ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରା ଯାଇଥିଲା।

Leave A Reply

Your email address will not be published.