ସୁନ୍ଦରଗଡ଼ : ପୁଣି ଖଟିଆ ରେ ବୁହା ହେଲେ ଗର୍ଭବତୀ ମହିଳା।। ଗାଁ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇ ପାରିଲା ନାହିଁ।

0 356

ସୁନ୍ଦରଗଡ : ୨୦/୭(ସତ୍ୟାନ୍ୟୁଜ) ଖଣି ଖାଦାନ ଭରା ଶିଳ୍ପ ସମୃଦ୍ଧ ସୁନ୍ଦରଗଡ଼ ଜିଲ୍ଲା ରେ ସାମ୍ନା କୁ ଆସିଛି ଏକ ଅଭାବନୀୟ ଘଟଣା । ଗାଁ କୁ ଭଲ ରାସ୍ତା ନଥିବାରୁ ଖଟିଆ ରେ ବୁହା ହୋଇ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ପର୍ୟ୍ୟନ୍ତ ନିଆଯାଇଛି । ବାଲିଶଙ୍କରା ବ୍ଲକ ବିରକାଲଡିହି ପଞ୍ଚାୟତ ଡୁଙ୍ଗିନାଲା ରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା।
ଗାଁ ର ମଙ୍ଗଳୁ ଟପ୍ପୋ ଙ୍କ ସ୍ତ୍ରୀ ଆସୀମା ଲାକ୍ରା ଗତକାଲି ହଠାତ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ | ତାଙ୍କ ସ୍ୱାମୀ ମଙ୍ଗଳୁ ଧମକପୁର ଗ୍ରାମରେ ଥିବା ଆଶା ଦିଦିଙ୍କୁ ଯୋଗାଯୋଗ କରିଥିଲେ | ଖବର ପାଇ ଆଶା ଦିଦି ୧୦୨ ଆମ୍ବୁଲାନ୍ସକୁ ଡକାଇ ଥିଲେ | ହେଲେ ଗ୍ରାମକୁ ଯିବା ପାଇଁ ରାସ୍ତା ନଥିବାରୁ ପାହାଡ ଉପରେ ଥିବା ରାସ୍ତାରେ ଆମ୍ବୁଲାନ୍ସ ଅଟକି ରହିଥିଲା | ପରେ ଗ୍ରାମବାସୀ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଅଧକିଲୋମିଟର ଚାଲି ଚାଲି ଆସି ଆମ୍ବୁଲାନ୍ସ ନିକଟକୁ ପହଞ୍ଚି ଥିଲେ | ପରେ ଉକ୍ତ ମହିଳାଙ୍କୁ ଆମ୍ବୁଲାନ୍ସରେ ଗୁଣ୍ଡିଆଡ଼ିହି ଡାକ୍ତରଖାନାକୁ ନିଆଯାଇ ଥିଲା। ଏହି ଗ୍ରାମରେ ୬୦ ଟି ପରିବାରର ୨୫୦ ଲୋକ ରହୁଥିବାରୁ ରାସ୍ତା ନିର୍ମାଣ କରିବାକୁ ଦାବି ହେଉଛି।

Leave A Reply

Your email address will not be published.