ବଣାଇ : ଦୁର୍ଘଟଣାରେ ମୃତ ତିନି ଶ୍ରମିକଙ୍କ ପରିବାର ବର୍ଗଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସାହାଯ୍ୟ ପ୍ରଦାନ।। ମାସିକ ମିଳିବ ୭ ହଜାର ଟଙ୍କା।

0 414

ବଣାଇଁ : ୧୯/୭ (ସତ୍ୟାନ୍ୟୁଜ) ଗତକାଲି ସନ୍ଧ୍ୟାରେ ରାଜାମୁଣ୍ଡା ବାଇପାସ ନିକଟରେ ୫୨୦ ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ହାଇଓ୍ବା ଧକ୍କାରେ ମୃତକ ୩ ଜଣ ଶ୍ରମିକଙ୍କ ପରିବାରକୁ ଆଜି ୧୦ ଲକ୍ଷଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ା ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଲହୁଣୀପଡା ତହସିଲଦାର ବବଲୁ ପିରେଇ ,ସହାୟକ ଶ୍ରମ ଅଧିକାରୀ ପ୍ରଶାନ୍ତ ସୁନା , ଲହୁଣୀପଡାଥାନା ଅଧିକାରୀଙ୍କ ଉପସ୍ଥିତି ରେ ମୃତକ ଶ୍ରମିକ ଖରିଆବାହାଲର ଗ୍ରାମର ଶୁକ୍ରାମ ମୁଣ୍ଡାରୀ (୩୩ ବର୍ଷ)ଓ ମଦନ ମୁଣ୍ଡାରୀ (୨୯)ଏବଂ କେ ବଲାଂଗ  ଗ୍ରାମର ଉମେଶ ପ୍ରସାଦ ପାତ୍ର(୩୪) ଙ୍କ ପରିବାର ବର୍ଗ କୁ
ଆର କେ ଡି କଂସ୍ତ୍ରକସନ୍ ପ୍ରାଇଭେଟ ଲିମିଟେଡ ର ଅଧିକାରୀ ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ। ଏହାଛଡା ଆସନ୍ତା ମାସରୁ କଂପାନୀ ତରଫରୁ ତିନି ପରିବାରକୁ ପ୍ରତିମାସ ୭୦୦୦ ଟଙ୍କା ଦିଆଯିବ। ବଣାଇ ଉପଜିଲ୍ଲାପାଳ , ଲହୁଣୀପଡା ତହସିଲଦାର ଓ ବଣାଇଁ ସହାୟକ ଶ୍ରମ ଅଧିକାରୀଙ୍କୁ ଏହି ଘଟଣାର ତଦନ୍ତ ରିପୋର୍ଟ ଶୀଘ୍ର ପ୍ରଦାନ କରି FARAH Scheme ଅନ୍ତର୍ଗତ ଦୁର୍ଘଟଣା ଜନୀତ କ୍ଷତିପୂରଣ ଓ ନିର୍ମାଣ ଶ୍ରମିକ ବୋର୍ଡ ତରଫରୁ ମଧ୍ୟ ଆର୍ଥିକ ସହାୟତା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଛନ୍ତି।

Leave A Reply

Your email address will not be published.