ସୁନ୍ଦରଗଡ଼ : ୧୯/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଛାତ୍ରୀ ନିବାସର ୫୦ ରୁ ଉର୍ଦ୍ଧ ଛାତ୍ରୀ ଝାଡା ବାନ୍ତି ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ୨୦ ଜଣ ଛାତ୍ରୀ ଏବେ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ରାତ୍ରି ଭୋଜନ ପରେ ସମସ୍ତ ଅନ୍ତେବାସୀଙ୍କ ପେଟ ମୋଡ଼ିହେବା ସହ ଦରଜ ଏବଂ ଝାଡାବାନ୍ତି ହୋଇଥିଲ। ଗତ କାଲି ରାତିରେ ଛାତ୍ରୀ ମାନଙ୍କୁ ଭାତ ଡାଲି ଏବଂ ଆଳୁ ପୋଟଳ ଚିପ୍ସ ଖାଇବାକୁ ଦିଆଯାଇଥିଲା । ଖାଦ୍ୟ ଖାଇବା ପରେ ହଠାତ ୫୦ ରୁ ଉର୍ଦ୍ଧ ଛାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ । ସମସ୍ତ ଙ୍କୁ ପେଟ ମୋଡ଼ିହେବା ସହ ଦରଜ ଏବଂ ଝାଡା ବାନ୍ତି ହୋଇଥିଲା । ଆମ୍ବୁଲାନ୍ସ ଡାକି ସମସ୍ତଙ୍କୁ ମେଡିକାଲ ନିଆ ହୋଇଥିଲା ସେଥିମଧ୍ୟରୁ ୨୦ ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲ୍ ରେ ଭର୍ତ୍ତି କରାଯାଉଛି । ଖରାପ ଖାଦ୍ୟ ଯୋଗୁଁ ଛାତ୍ରୀ ଙ୍କ ସ୍ବାସ୍ଥ୍ୟ ବିଗିଡି ଥିବା ଅଭିଯୋଗ ହୋଇଛି । ଏହି ଘଟଣା ରେ ଛାତ୍ରୀ ନିବାସ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।