ରାଉରକେଲା : ବିଭିନ୍ନ ଦାବି ନେଇ ରାଉରକେଲା ଓକିଲ ସଂଘର ମୁଖ୍ୟମନ୍ତ୍ରୀ ଙ୍କୁ ମାନପତ୍ର। ଏଡିଏମ ଙ୍କ ମାଧ୍ୟମରେ ଆଇନ ମନ୍ତ୍ରୀଙ୍କୁ ମଧ୍ୟ ଦାବୀପତ୍ର।

0 316

ରାଉରକେଲା : ୧୯/୭ (ସତ୍ୟାନ୍ୟୁଜ) ରାଜ୍ୟରେ ଓକିଲ ସୁରକ୍ଷା ଆଇନ ଲାଗୁ କରିବା ସହ ମଧୁ ବାବୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ୧୫ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଦାବି କରାଯାଇଛି। ଓକିଲ ୱେଲ୍ ଫେୟାର୍ ଫଣ୍ଡ ବାର୍ଷିକ ୧୦ କୋଟିକୁ ବୃଦ୍ଧି , ନୂତନ ଭାବେ ଯୋଗ ଦେଇଥିବା ଓକିଲଙ୍କୂ ୫ ବର୍ଷ ପର୍ଯ୍ୟନ୍ତ ମାସକୁ ୧୦ ହଜାର ଟଙ୍କା ଭତ୍ତା ଆଦି ଦାବି ନେଇ ରାଉରକେଲା ଓକିଲ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀ ଙ୍କୁ ଦାବିପତ୍ର ଦିଆଯାଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଙ୍କ ମାଧ୍ୟମ ରେ ଏହି ଦାବୀପତ୍ର ଦିଆଯାଇଛି। ଦାବି ପତ୍ର ଦେବା ପୂର୍ବରୁ ଓକିଲ ସଂଘର କର୍ମକର୍ତ୍ତା ମାନେ ଏକ ଶୋଭାଯାତ୍ରାରେ ନୂତନ କୋର୍ଟ ପରିସର ରୁ ବାହାରି ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଥିଲେ।

Leave A Reply

Your email address will not be published.