ବଣାଇ : ହାଇବା ଟ୍ରକ୍ ମାଡ଼ି ଯିବାରୁ ୩ ଶ୍ରମିକ ମୃତ।। ରାଜାମୁଣ୍ଡା ଛକ ନିକଟରେ ରାସ୍ତା କାମ ଚାଲିଥିବା ବେଳେ ଦୁର୍ଘଟଣା। ୩୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବିରେ ରାଜପଥ ଅବରୋଧ।

0 381

ବଣାଇ : ୧୮/୭ (ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ରାଜା ମୁଣ୍ଡା ବାଇପାସ୍ ଛକ ନିକଟରେ ଟ୍ରକ୍ ମାଡ଼ି ଯିବାରୁ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ରାଜା ମୁଣ୍ଡା ବାଇପାସ୍ ଗୋଲେଇ ଛକରୁ ମାତ୍ର ୧୦୦ ମିଟର ଦୂର ୫୨୦ ନମ୍ବର ଜାତୀୟ ରାଜପଥ ରେ ଗୁରୁବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଛକ ନିକଟରେ ରାସ୍ତା ଦବି ଯାଇଥିବା ବେଳେ ଏକ ଘରୋଇ ଠିକା କମ୍ପାନୀ ଶ୍ରମିକଙ୍କୁ ନେଇ ମରାମତି କାମ କରୁଥିଲେ। ସୁରକ୍ଷା ପାଇଁ ସେପରି କୈାଣସି ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। ମୃତକଙ୍କ ପରିବାର ବର୍ଗଙ୍କୁ ୩୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବିରେ ଗତକାଲି ରାତିରୁ ରାଜପଥ ଅବରୋଧ କରାଯାଇଛି। ରାଜାମୁଣ୍ଡା ବାଇପାସ୍ ପାଖରେ ଏହି ରାସ୍ତା ଅବରୋଧରେ ବଣାଇ ବିଧାୟକ ଲଷ୍ମଣ ମୁଣ୍ଡା ମଧ୍ୟ ଉପସ୍ଥିତ ଅଛନ୍ତି। ଗତକାଲି ରାତିରୁ ଦୂରଗାମୀ ବସ ସେଠାରେ ଅଟକି ରହିଛି।
ବ୍ୟାରିକେଡ଼ ନଦେଇ ବେଳେ କାମ ଚାଲି ଥିଲା ବୋଲି କୁହାଯାଉଛି।
ଏହି ସମୟରେ ଏକ ହାଇୱା ଟ୍ରକ୍ ଦ୍ରୁତ ଗତିରେ ଆସି କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଖବର ପାଇ ଲହୁଣୀପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି
ମୃତାହତ ଉଦ୍ଧାର କରି ବଣାଇଁ ଡାକ୍ତରଖାନାକୁ ପଠାଇଛନ୍ତି। ମୃତକ ଶ୍ରମିକ ମାନେ କେ ବଳଙ୍ଗ ଥାନା ଅଞ୍ଚଳର ବୋଲି ଜଣା ପଡିଛି।

Leave A Reply

Your email address will not be published.