ରାଉରକେଲା : ରାଉରକେଲା ସହରରେ କାୟା ମେଲାଉଛି ଡେଙ୍ଗୁ।। ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୬୪।। କେବଳ ରାଉରକେଲାରେ ୫୭।

0 551

ରାଉରକେଲା : ୧୦/୭ (ସତ୍ୟାନ୍ୟୁଜ) ରାଉରକେଲାରେ କାୟା ମେଲାଉଛି ଡେଙ୍ଗୁ। ଲୋକଙ୍କ ମନରେ ବଢାଉଛି ଡର। ଏହି ଆତଙ୍କ ବଢାଉଛି ଏଡିସ୍ ମଶା । ସୁନ୍ଦରଗଡ ଜିଲ୍ଲା ରେ ଏବେ ପର୍ଯ୍ୟନ୍ତ ୬୪ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କେବଳ ରାଉରକେଲା ସହରରେ ୫୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।
ସେହିଭଳି ବୀରମିତ୍ରପୁର ରୁ ୨ ଜଣ ଏବଂ ଜିଲ୍ଲାର ଅନ୍ୟ ସ୍ଥାନରୁ ୫ ଜଣ ଚିହ୍ନଟ ହୋଇଛନ୍ତି।। ରାଉରକେଲା ସହରରେ ୫୭ ଡେଙ୍ଗୁ ପଜିଟିଭ୍ ରୋଗୀ ବାହାରିବା ଚିନ୍ତାର କାରଣ ପାଲଟିଛି । ରାଉରକେଲା ଇସ୍ପାତ ସହରାଞ୍ଚଳର ୧୪ ନମ୍ବର ସେକ୍ଟର ଅଞ୍ଚଳରୁ ବହୁ ଡେଙ୍ଗୁ ଆକ୍ରାନ୍ତ ବାହାରୁଥିବାରୁ ଏହି ଅଞ୍ଚଳକୁ ଡେଙ୍ଗୁ ହଟସ୍ପଟ୍ ଅଞ୍ଚଳ ଘୋଷଣା କରାଯାଇଛି । ଏହି ସେକ୍ଟର ରେ ସଫା ସୁତୁରା ଉପରେ ଧ୍ୟାନ ଦିଆଯିବା ସହ ନିୟମିତ ଭାବେ ନଜର ରଖାଯାଇଛି।ରାଉରକେଲା ସରକାରୀ ଚିିକିତ୍ସାଳୟରେ ରେ ଏବେ ୭ ରୁ ଉର୍ଦ୍ଧ ଡେଙ୍ଗୁ ଆକ୍ରାନ୍ତ ଚିକିତ୍ସାଧିନ ଥିବା ଜଣା ପଡିଛି। ଡେଙ୍ଗୁ ବ୍ୟାପିବା ପରେ ଘଟଣା ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ନଜର ରଖିବା ସହ ସମସ୍ତ ପ୍ରକାର ଔଷଧ ମେଡିକାଲ ରେ ମହଜୁଦ ରଖାଯାଇଛି। ଟେଷ୍ଟିଂ କୁ ମଧ୍ୟ ବୃଦ୍ଧି କରା ଯାଇଥିବା କହିଛନ୍ତି ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ।

Leave A Reply

Your email address will not be published.