ରାଉରକେଲା : ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା।। କୁଆରମୁଣ୍ଡା ବ୍ଲକକାଦୋ ବାହାଲ ରେ ଘଟିଛି ଏହି ହତ୍ୟାକାଣ୍ଡ ।

0 729

a

ରାଉରକେଲା : ୯/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ
କାଦୋ ବାହାଲ ଠାରେ ଜଣେ ୫୫ ବର୍ଷୀୟ ବ୍ୟକ୍ତି ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାର ଉଦ୍ଦେଶ୍ୟ ଜଣା ପଡ଼ି ନଥିବା ବେଳେ ପୋଲିସ ତଦନ୍ତ ଜାରୀ ରହିଛି।
କୁଆଁରମୁଣ୍ଡା ବ୍ଲକ
କାଦୋ ବାହାଲ୍ ର ତୁଳା ମିଞ୍ଜ ସୋମବାର ସକାଳେ ଘରୁ ବାହାରି ପାଖ ବଜାରକୁ ଯାଇଥିଲେ। ମାତ୍ର ସନ୍ଧ୍ୟା ସୁଦ୍ଧା ସେ ନ ଫେରିବାରୁ ଘର ଲୋକ ଚିନ୍ତାରେ ପଡ଼ି ଯାଇଥିଲେ। ଘରୁ ବାହାରିଲା ବେଳେ ସେ ୩ ହଜାର ଟଙ୍କା ପାଖରେ ରଖିଥିଲେ। ରାତି ହେବା ପରେ ତୁଳା ଘର କୁ ନ ଆସିବାରୁ ସମ୍ପର୍କୀୟ ମାନେ ଖୋଜା ଖୋଜି କରିଥିଲେ। ପରେ ତୁଳା ରାସ୍ତା କଡ଼ରେ ପଡ଼ିଥିବା ଖବର ପାଇ ଘର ଲୋକ ସେଠାରେ ପହଞ୍ଚିଥିଲେ। ମାତ୍ର ସେତେ ବେଳକୁ ତାଙ୍କର ପ୍ରାଣବାୟୁ ଉଡି ସାରିଥିଲା। କେତେକ ଲୋକଙ୍କ କହିବା ଅନୁଯାୟୀ ତୁଳା ମିଞ୍ଜ ଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ସେ ଏକ ଉତ୍ତମ ସ୍ୱଭାବର ଲୋକ ଥିବା ସ୍ଥାନୀୟ ସରପଞ୍ଚ କହିଛନ୍ତି। କିଏ ତାଙ୍କୁ କାହିଁକି ମାରିଲା ତାର ତଦନ୍ତ ଚାଲିଛି। ଘର ଲୋକ ଏବଂ ସମ୍ପର୍କୀୟ ମାନେ ହତ୍ୟାକାରୀ କୁ ଶୀଘ୍ର ଗିରଫ କରିବାକୁ ଦାବି କରିଥବା ବେଳେ ରାୟବଗା ପୋଲିସ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।

Leave A Reply

Your email address will not be published.