ରାଉରକେଲା : ବିଷାକ୍ତ ଛତୁ ଖାଇ ୯ ଜଣ ହସ୍ପିଟାଲରେ ଭର୍ତ୍ତି।। ବୀରମିତ୍ରପୂର ୧୧ ନମ୍ବର ୱାର୍ଡ ର ଲୋକ ମାନେ ଆକ୍ରାନ୍ତ।

0 1,766

ବୀରମିତ୍ରପୁର : ୭/୭ (ସତ୍ୟାନ୍ୟୁଜ) ବର୍ଷା ଦିନେ ବିଷାକ୍ତ ଛତୁ ଖାଇ ବିଭିନ୍ନ ସମୟରେ ଲୋକ ମାନେ ଅସୁସ୍ଥ ହେଉଥିବା ବେଳେ ସଚେତନତା ଅଭାବରୁ ଲୋକେ ଏବେବି ବିଷାକ୍ତ ଛତୁ ଖାଇ ଅସୁସ୍ଥ ହେଉଛନ୍ତି। ଗତକାଲି ରାତିରେ ବୀରମିତ୍ରପୁର ୧୧ ନମ୍ବର ୱାର୍ଡ ର ୯ ଜଣ ବିଷାକ୍ତ ଛତୁ ଖାଇ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ଚାରି ଜଣ ଛୋଟ ପିଲା ମଧ୍ୟ ଅଛନ୍ତି। ଗତକାଲି ଲାଖୋଟି ଅଞ୍ଚଳର ପିଲା ମାନେ ଜଙ୍ଗଲ ଯାଇଥିବା ବେଳେ ଛତୁ ଗୋଟାଇ ଆଣିଥିଲେ । ଏହି ଛତୁ ଖାଇବା ଦେଢ଼ ଘଣ୍ଟା ପରେ ୯ ଜଣଙ୍କ ଝାଡ଼ା ବାନ୍ତି ଆରମ୍ଭ ହୋଇ ଯାଇଥିଲା। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେବି ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ଜଙ୍ଗଲ ରେ ହେଉଥିବା ଛତୁ ନଖାଇବାକୁ ଚିକିତ୍ସା କରୁ ଥିବା ଡ଼ାକ୍ତର ଲୋକଙ୍କୁ ସଚତନ କରିଛନ୍ତି।

Leave A Reply

Your email address will not be published.