ସୁନ୍ଦରଗଡ଼ : ବ୍ୟବସାୟିକ ଶତ୍ରୁତା ଯୋଗୁଁ ୨୦୦ ରାଉଣ୍ଡ ଗୁଳି କାଣ୍ଡ ଏବଂ ବୋମା ମାଡ଼।। ୬ ଗୁରୁତର।। ଘଟଣା ସ୍ଥଳରେ ପୋଲିସ ମୁତୟନ।

0 1,247

ସୁନ୍ଦରଗଡ଼ : ୫/୭ (ସତ୍ୟାନ୍ୟୁଜ) ଗୁରୁବାର ରାତିରେ ସୁନ୍ଦରଗଡରେ ଘଟିଛି ଭୀଷଣ ଗୁଳିକାଣ୍ଡ ଏବଂ ବୋମା ମାଡ଼। ପ୍ରାୟ ୨୦୦ ରାଉଣ୍ଡ ଗୁଳି ଫୁଟିଥିବା ବେଳେ ଏକାଧିକ ବୋମା ମାଡ଼ ହୋଇଛି। ଗୁଳିକାଣ୍ଡ ଏବଂ ମାଡ଼ପିଟରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁଇ ଗୋଷ୍ଠୀ ମଧ୍ୟରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ସୁନ୍ଦରଗଡ଼ ଏସପି ପ୍ରତ୍ୟୁଷ ଦିବାକର , ଏସ ଡି ପି ଓ ହିମାଂଶୁ ଶେଖର ବେହେରା ପୋଲିସ ଫୋର୍ସ ସହ ପହଞ୍ଚି ତଦନ୍ତ କରୁଛନ୍ତି। ଏହି ଘଟଣାରେ ଗାଡି ମଧ୍ୟ ଭଙ୍ଗାରୁଜା ହୋଇଛି।
ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗର୍ଜନବାହାଲରେ ଏକ ନିର୍ମାଣାଧୀନ କୋଲ୍ ୱାସେରୀ ରେ ଏହି ଗୁଳିକାଣ୍ଡ ହୋଇଛି। ଦୁଇ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ କୁ ନେଇ ଏପରି ଏକ ଘଟଣା ଘଟିଛି। ଛତିଶଗଡ ଅଞ୍ଚଳର ବ୍ୟବସାୟୀ ଙ୍କ ମଧ୍ୟରେ ବିବାଦ ଯୋଗୁଁ ଗୁଳିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହି ଘଟଣା ରେ ସୁନ୍ଦରଗଡ଼ ସହରର ଜଣେ ଯୁବକ ଆହତ ହୋଇଥବା ସୂଚନା ମିଳିଛି। ଆହତ ଯୁବକଙ୍କୁ ରାୟଗଡ଼ ସ୍ଥାନାନ୍ତର କରାଯାଇଛି। ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପୋଲିସର ଏକ ଟିମ୍ ଅଧିକ ତଦନ୍ତ ପାଇଁ ରାୟଗଡ଼ ଯାଇଛନ୍ତି।

Leave A Reply

Your email address will not be published.