ରାଉରକେଲା : ହସ୍ପିଟାଲରେ ନକଲି ଡାକ୍ତର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର।। ରାଉରକେଲାରେ ନକଲି ଡାକ୍ତର ଧରା ପଡିବା ପରେ ଏହି ନିର୍ଦ୍ଦେଶ।

0 369

ରାଉରକେଲା : ୨/୬ (ସତ୍ୟାନ୍ୟୁଜ) ରାଉରକେଲା ସରକାରୀ ହସ୍ପିଟାଲରୁ ନକଲି ଡାକ୍ତର ଗିରଫ ପରେ ରାଜ୍ୟରେ ନକଲି ଡାକ୍ତରଙ୍କ ଯାଂଚ କଡ଼ାକଡ଼ି କରିବା ପାଇଁ ସରକାର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମଓ)ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଉରକେଲା ସରକାରୀ ହସ୍ପିଟାଲରେ ଏହି ନକଲି ଡାକ୍ତର ଧରାପଡ଼ିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ଏହି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ବିଭାଗୀୟ ସଚିବ ଶ୍ରୀମତୀ ପଣ୍ଡିତ ରାଜ୍ୟର ସବୁ ଜିଲ୍ଲାର ସିଡିଏମଓଙ୍କ ସମେତ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ସରକାରୀ ହସ୍ପିଟାଲର ନିର୍ଦ୍ଦେଶକଙ୍କୁ ଚିଠି ଲେଖି ସେମାନଙ୍କ ଅଧୀନରେ ଥିବା ହସ୍ପିଟାଲଗୁଡ଼ିକରେ ପିପିପି ମୋଡରେ ବିଭିନ୍ନ ଚିକିତ୍ସା ସେବା ଯୋଗାଇ ଦେଉଥିବା ସଂସ୍ଥା ଦ୍ୱାରା ନିୟୋଜିତ ଡାକ୍ତରମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ସରକାରଙ୍କ ବିଭିନ୍ନ ସ୍କିମରେ ହସ୍ପିଟାଲଗୁଡ଼ିକରେ ପିପିପି ମୋଡରେ ଡାୟଲିସିସ ଠାରୁ ଆରମ୍ଭ କରି ସିଟି ସ୍କାନ, ଏମଆରଆଇ ଓ ରକ୍ତ ପରୀକ୍ଷା ଆଦି ବହୁ ସ୍ୱାସ୍ଥ୍ୟଜନିତ ପରୀକ୍ଷା ମାଗଣାରେ ଯୋଗାଇ ଦିଆଯାଉଛି । ଆଉ ହସ୍ପିଟାଲଗୁଡ଼ିକରେ ଏହି ସେବା ଯୋଗାଇ ଦେବା ପାଇଁ ଚୁକ୍ତିବଦ୍ଧ ହୋଇଥିବା ସଂସ୍ଥା ଦ୍ୱାରା ଡାକ୍ତର ଓ ବିଶେଷଜ୍ଞମାନେ ନିୟୋଜିତ ହୋଇଥାଆନ୍ତି । ତେବେ ସମ୍ପୃକ୍ତ ଡାକ୍ତର ଅବା ବିଶେଷଜ୍ଞଙ୍କର ଶିକ୍ଷାଗତ ଯୋଗ୍ୟତା ଯାଂଚ କରିବା ସେହି ସଂସ୍ଥାଗୁଡ଼ିକର ହୋଇଥାଏ । ମାତ୍ର ଏବେ ରାଉରକେଲା ସରକାରୀ ହସ୍ପିଟାଲର ଡାୟଲିସିସ୍ ୟୁନିଟରୁ ଜଣେ ନକଲି ଡାକ୍ତର ଧରାପଡ଼ିବା ପରେ ରାଜ୍ୟ ସରକାର ସମସ୍ତ ଏହି ଯାଂଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହିତ ପିପିପି ମୋଡରେ ସେବା ଯୋଗାଇ ଦେବାକୁ ଚୁକ୍ତିବଦ୍ଧ ହେଉଥିବା ସଂସ୍ଥାଗୁଡ଼ିକ ଦ୍ୱାରା ନିୟୋଜିତ ଡାକ୍ତର ଓ ବିଶେଷଜ୍ଞମାନଙ୍କ ଶିକ୍ଷାଗତ ଯାଂଚ ବିଭିନ୍ନ ସମୟରେ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.