ରାଜଗାଙ୍ଗପୁର : ୨/୬ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରରେ ଏକ ଗହଣା ଦୋକାନରୁ ଦ୍ରୁବୃତ୍ତ ମାନେ ୧୦ କେଜିରୁ ଅଧିକ ରୁପା ଅଳଙ୍କାର ଲୁଟି ନେଇଛନ୍ତି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କାରୁ ଅଧିକ ହେବ।
ଏପରି ଏକ ଘଟଣା ରାଜଗାଙ୍ଗପୁର ସହରରେ ଥିବା ଏକ ସୁନା ଦୋକାନରେ ଘଟିଛି। ରାଜଗାଙ୍ଗପୁର ସହରରେ ଥିବା ଭୋଲାରାମ ଜୁଏଲର୍ସରେ ଏହି ଲୁଟ୍ ହୋଇଛି।
ଦୋକାନ ମାଲିକ ଗତ ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଲୁଟ୍ ହୋଇଥିବା ଖବର ପାଇବା ପରେ ଆଜି ସକାଳେ ଦୋକାନରେ ପହଞ୍ଚିଥିଲେ। ପୁଲିସ୍ ତଦନ୍ତ ପରେ ଦୋକାନର ଆଜବେଷ୍ଟସ ଭାଙ୍ଗି ଲୁଟେରାମାନେ ୭ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଇଥିବା ଜଣାପଡ଼ିଛି।
ସିସିଟିଭି ଫୁଟେଜ ଯାଞ୍ଚ କରି ପୁଲିସ୍ ତଦନ୍ତ ଆରମ୍ଭ କରିଛି। ତେବେ ଲୁଟେରାମାନଙ୍କ ପତ୍ତା ମିଳି ପାରି ନାହିଁ।