ରାଉରକେଲା : ରାଉରକେଲା ଇସ୍ପାତ କାରଖାନା ୫ନମ୍ବର ବ୍ଲାଷ୍ଟ ଫରନେସ୍ ରେ ଗ୍ୟାସ୍ ଲିକ୍।। ୮ ଗୁରୁତର ଆଇଜିଏଚ୍ ରେ ଭର୍ତ୍ତି। ତଦନ୍ତ ପାଇଁ କମିଟି ଗଠନ।
ରାଉରକେଲା : ୧/୭ ( ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ କାରଖାନା ୫ ନମ୍ବର ବ୍ଲାଷ୍ଟ ଫରନେସ୍ ରେ ସୋମବାର ସକାଳେ ଏକ ପ୍ରକାର ରାସାୟନିକ ଗ୍ୟାସ ଲିକ୍ ହୋଇ ୯ ଜଣ ଗୁରୁତର ଅସୁସ୍ଥ ହୋଇ ପଡିଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ଜଣେ ମହିଳା ଠିକା କର୍ମଚାରୀ ମଧ୍ୟ ଅଛନ୍ତି। ମହିଳା କର୍ମଚାରୀଙ୍କୁ ପ୍ଲାଣ୍ଟ ପରିସର ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉ ଥିବା ବେଳେ ଅ ୟ ୮ ଜଣଙ୍କୁ ଆଇଜିଏଚ୍ ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଆଇସିୟୁ ରେ ଭର୍ତ୍ତି କରାଯାଇଛି। ଅସୁସ୍ଥଙ୍କ ମଧ୍ୟରେ ୩ ଜଣ ଆରଏସପି କର୍ମଚାରୀ ଥିବା ବେଳେ ୫ ଜଣ ଏକ ଠିକା କମ୍ପାନୀ ଅଧୀନରେ ନିୟୋଜିତ ହୋଇଥିଲେ। ରାଉରକେଲା ଇସ୍ପାତ କାରଖାନା ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଆଇଜିଏଚ୍ ରେ ପହଞ୍ଚି କର୍ମଚାରୀଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିଥିଲେ। ଏହି ଦୁର୍ଘଟଣାର ତଦନ୍ତ ପାଇଁ ଏକ ତିନି ଜଣିଆ କମିଟି ଗଠନ କରାଯାଇଛି। କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା କମିଟି ତାର ରିପୋର୍ଟ ଦେବା ପରେ ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆରଏସପି ସୂତ୍ରରୁ ଜଣା ପଡ଼ିଛି। ହସ୍ପିଟାଲରେ ଥିବା ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ବିପଦ ମୁକ୍ତ ଥିବା କୁହାଯାଉଛି।