କରଞ୍ଜିଆ : ଆମ୍ବୁଲାନ୍ସ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା।। ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ।

0 488

କରଞ୍ଜିଆ : ୩/୪ (ସତ୍ୟାନ୍ୟୁଜ) ଆମ୍ବୁଲାନ୍ସ ଧକ୍କାରେ ଜଣେ ସ୍କୁଟି ଚାଳକ ଙ୍କ ମୃତ୍ୟୁକୁ ନେଇ କରଞ୍ଜିଆରେ ଉତ୍ତେଜନା ମୂଳକ ପରିସ୍ଥିତି ଦେଖା ଦେଇଥିଲା। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସ୍ଥିତ ବିଜୁ ପଟ୍ଟନାୟକ ସ୍ମାର୍ଟ ପାର୍କ ସମ୍ମୁଖରେ ଘଟିଥିଲା ଏହି ଦୁର୍ଘଟଣା। ସ୍କୁଟି ଚାଳକ ଗୋଲେଇ ପଟେ କୌଣସି କାମରେ ଯାଉଥିବା ବେଲେ ସାମ୍ନା ପଟୁ ଆସୁଥୁବା ପ୍ରାଣି ଚିକିତ୍ସାୟାଳୟ ର ଆମ୍ବୁଲାନ୍ସ ସାମ୍ନାରୁ ଧକ୍କା ଦେଇଥିଲା। ଯାହା ଫଳରେ ସ୍କୁଟି ଚାଳକ ଛିଟିକି ରାସ୍ତା ଉପରେ ପଡ଼ିଥିଲେ ଏବଂ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଚାଳକ ଗାଡି ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଦୁର୍ଘଟଣା ପରେ
ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ସୂଚନା ପାଇ କରଞ୍ଜିଆ ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟି ଥିଲା। ପରେ ପୋଲିସ ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛନ୍ତି।

ମୟୁରଭଞ୍ଜ ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡା ଙ୍କ ରିପୋର୍ଟ

Leave A Reply

Your email address will not be published.