ହାଇ ସିକ୍ୟୁରୀଟି ରେଜିଷ୍ଟ୍ରେସନ ନମ୍ବରପ୍ଲେଟ ଲଗାଇବା ଅବିଧି ସେପ୍ଟେମ୍ବର ୩୦।। ଅକ୍ଟୋବର ୧ ତାରିଖରୁ ଯାଞ୍ଚ ବ୍ୟବସ୍ଥା କଡାକଡି।

0 203

ହାଇ ସିକ୍ୟୁରିଟୀ ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ କରି ନଥିବା ଯାନବାହାନ ବିରୋଧରେ ଅକ୍ଟୋବର ୧ ତାରିଖରୁ ହେବ କଡା କାର୍ଯ୍ୟାନୁଷ୍ଠାନ। ଏନେଇ ସେପ୍ଟେମ୍ବର ୩୦ ତାରିଖ ପରେ କଡାକଡି ଯାଞ୍ଚ ହେବ। ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ତରଫରୁ ଏହି ସୂଚନା ଦିଆଯାଇଛି । ଏପ୍ରିଲ ୧ , ୨୦୧୯ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ି ଗୁଡ଼ିକ ହାଇ ସିକ୍ୟୁରିଟୀ ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ନ ଲଗେଇଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୫ ହଜାର ରୁ ୧୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଆଦାୟ କରାଯିବାର ବ୍ୟବସ୍ଥା ରହିଛି ।
ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରାଯାଇ ଏପ୍ରିଲ ୧ , ୨୦୧୯ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ି ଗୁଡ଼ିଙ୍କୁ ହାଇ ସିକ୍ୟୁରିଟୀ ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ଲଗେଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏହାର ଅବଧି ସରିବା ପରେ ଆସନ୍ତା ମାସ ୧ ତରଖରୁ ଉଲ୍ଲଂଘନ କାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ମୋଟା ଅଙ୍କର ଜୋରିମାନା ଆଦାୟ କରାଯିବ ବୋଲି ସୂଚନା ମିଳିଛି । ତେବେ ହାଇ ସିକ୍ୟୁରିଟୀ ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ଲଗେଇଲେ ଗାଡ଼ି ଚୋର ସହଜରେ ଗାଡ଼ି ଚୋରି କରିପାରିବେ ନାହିଁ କିମ୍ବା ଚୋରି କରିଥିବା ଗାଡ଼ିର ନମ୍ବର ପ୍ଲେଟ ବଦଳେଇ ପାରିବେ ନାହିଁ । ଯାହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଇଛି।

Leave A Reply

Your email address will not be published.