ରାଉରକେଲାରେ ଆନ୍ତର୍ଜାତିକ ବାଣିଜ୍ୟ ମେଳା ସେପ୍ଟେମ୍ବର ୧୦ ରୁ।। ୧୩ ନମ୍ବର ସେକ୍ଟର ମେଳଣ ପଡ଼ିଆରେ ଅନୁଷ୍ଠିତ ହେବ।

0 409

କରୋନାର ଭୟାବହତା ମଧ୍ୟରେ ଦୁଇବର୍ଷ ପରେ ଏବେ ସାଧାରଣ ଜନତା କଟକଣା ମୁକ୍ତ ହୋଇ ପୁର୍ନବାର ସ୍ବଭାବିକ ସ୍ଥିତି କୁ ଫେରୁଛନ୍ତି। ହକି ବିଶ୍ୱ କପ ଆୟୋଜନ ପାଇଁ ସ୍ମାର୍ଟ ସିଟି ର ରୂପରେଖ ବଦଳୁଥିବା ବେଳେ ଆନ୍ତର୍ଜାତିକ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ବିଶ୍ଵ ମାନଚିତ୍ରରେ ରାଉରକେଲା କୁ ବିଶ୍ଵ ରେ ଏକ ସ୍ବତନ୍ତ୍ର ପରିଚୟ ଦେବାକୁ ଯାଉଛି। ଏହି ପ୍ରରିପ୍ରେକ୍ଷୀ ରେ Sai Entertainment Group ଓଡ଼ିଶାର ପ୍ରତିଷ୍ଠିତ Expo Event Management Group ସହ ମିଶି ରାଉରକେଲା ଚାମ୍ବର ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜ୍ ସହଯୋଗ ରେ ରାଉରକେଲା ବାସୀଙ୍କୁ ଓଡ଼ିଶୀ ବାଣିଜ୍ୟ ମେଳା ରେ ଏକ ଆନ୍ତର୍ଜାତିକ ପ୍ରଦର୍ଶନୀ ର ଭେଟି ଦେବାକୁ ଯାଉଛି।

ଆଗକୁ ପାର୍ବଣ ଋତୁ । ସେ ନେଇ ଧିରେଧିରେ ଚଳଚଞ୍ଚଳ ହେଉଛି ସ୍ମାର୍ଟ ସିଟି ରାଉରକେଲା। ୧୩ ନମ୍ବର ସେକ୍ଟର ମେଳନ ପଡିଆ ରେ ସେପ୍ଟେମ୍ବର 10 ତାରିଖ ରୁ ପ୍ରଥମ କରି ୫ଟି ପଡୋଶୀ ଦେଶ ଓ 22ଟି ରାଜ୍ୟର ବିଭିନ୍ନ ସାମଗ୍ରୀ ସହ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ହେବ।ବାଙ୍ଗଲାଦେଶ, ଆଫଗାନିସ୍ତାନ, ଥାଇଲାଣ୍ଡ, ତୁର୍କୀ ଓ ଇରାନ ଦେଶର ଷ୍ଟଲ ସହ ଅନେକ ଅତ୍ୟାଧୁନିକ ସାମଗ୍ରୀ ଯାହା ସାଧାରଣ ରେ ବଜାର ରେ ଉପଲବ୍ଧ ହେଉନଥିବା ସାମଗ୍ରୀ ଏହି ପ୍ରଦର୍ଶନୀ ରେ ଉପଲବ୍ଧ ହେବ। ରାଉରକେଲାବାସୀ ପ୍ରଥମ ଥର ଏସି ଡୋମ ରେ ପ୍ରଦର୍ଶନୀ ଦେଖିବାର ସୁଯୋଗ ପାଇବେ। ଏଥିସହ କିଛି ଅଟୋମୋବାଇଲ ଷ୍ଟଲ , ବ୍ୟାଟେରୀ ଚାଳିତ ଗାଡି ର ଷ୍ଟଲ ମଧ୍ୟ ରହିବ। ସ୍ବାଦିଷ୍ଟ ସୁସ୍ବାଦୁ ଖାଦ୍ୟ ଷ୍ଟଲ ର ଲୋକ ମଜ୍ଜା ନେବା ସହ ପ୍ରତ୍ୟେକ ଦିନ ମନୋରଞ୍ଜନ କାର୍ଯ୍ୟକ୍ରମ ରେ ଷ୍ଟେଜ ସୋ,ଫ୍ଯାଶନ ସୋ, ପ୍ରଡକ୍ଟ ପ୍ରମୋସନ ଆଦି ଚାଲୁ ରହିବ।ପୂରା ପଡିଆ ଡଷ୍ଟ ଫ୍ରୀ ଜୋନ୍ ହେବା ସହ ଓ୍ବ।ଟରକ୍ରାଫ୍ଟ ପକ୍ଷରୁ ସୁଶୀତଳ ପାନୀୟ ଜଳ ସର୍ବସାଧାରଣ ଙ୍କ ପାଇଁ ଉପଲବ୍ଧ ହେବ। ତେବେ ଏହି ପ୍ରଦର୍ଶନୀ କୁ ରାଉରକେଲା ବ୍ୟବସାୟ ପ୍ରତିଷ୍ଠାନ ଶିଳ୍ପାନୁଷ୍ଠାନ ଓ ଜନସାଧାରଣ ସହଯୋଗ କରିବାପାଇଁ ବିନମ୍ର ଅନୁରୋଧ କରାଯାଉଛି।

ଆଜି ର ସାମ୍ବାଦିକ ସମ୍ମିଳନୀ ରେ ରାଉରକେଲା ଚାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜ୍ ର ସଭାପତି ସୁବ୍ରତ ପଟ୍ଟନାୟକ ସାଧାରଣ ସମ୍ପାଦକ ସୁନୀଲ କାୟାଲ,ଏକ୍ସପୋ ଇଭେଣ୍ଟ ମ୍ୟାନେଜମେଣ୍ଟ ଗ୍ରୁପ ର ନିର୍ଦେଶିକା ଲୀନା ନାୟକ,ସାଈ ଏଣ୍ଟରଟେନମେଣ୍ଟ ଗ୍ରୁପ ର ଇଭେଣ୍ଟ କୋର୍ଡିନେଟର ରବିନ ଗୁପ୍ତା, ରିତେଶ ଚୈଧୁରୀ,ବୀର ବାହାଦୂର ସିଂ ଜାଭେଦ ହୁସେନ ଓ ଏସକେ ଅନାର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.