କିଛିଦିନ ବ୍ୟବଧାନ ପରେ ରାଉରକେଲା ପୋଲିସ ପକ୍ଷରୁ ପୁଣି ଆରମ୍ଭ କରାଯାଇଛି ଅସାମାଜିକ ତ୍ଵତ୍ତ ସାବାଡ଼ ଅଭିଯାନ। ଏହି କ୍ରମରେ ବିଭିନ୍ନ ଥାନା ଅଞ୍ଚଳରେ ଥିବା ବେଆଇନ ଢାବା ଆଦିରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଉଛି।

ବିଶେଷ କରି ସଂଧ୍ୟା ପରେ ବିଭିନ୍ନ ପାର୍କ , ନିଛାଟିଆ ସ୍ଥାନ , ଅନ୍ଧାରୁଆ ସ୍ଥାନରେ ମଦ୍ୟପାନ କରି ଅସାମାଜିକ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସହରରେ ଅପରଧୀକ ଗତିବିଧି ଉପରେ ଲଗାମ ଦେବାକୁ ପୋଲିସ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଯେଉଁ ଅଞ୍ଚଳ ରେ ଅସାମାଜିକ ତ୍ଵତ୍ତ ଙ୍କ ଗତିବିଧି ରହୁଛି ସେ ବାବଦରେ ପୋଲିସ କୁ ସୂଚନା ଦେବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।