ରାଉରକେଲା ବଣିକ ସଂଘର ଜିଲ୍ଲାପାଳ ଙ୍କ ସହ ଆଲୋଚନା।। ଟ୍ରାନ୍ସପୋର୍ଟ ଟର୍ମିନାଲ ସହ ଅନ୍ୟ ପ୍ରକଳ୍ପ ଶୀଘ୍ର ନିର୍ମାଣ ଲାଗି ଅନୁରୋଧ

0 316

ସହରର ବିଭିନ୍ନ ସମସ୍ୟା ତଥା ବିଭିନ୍ନ ପ୍ରକଳ୍ପର ମନ୍ଥରତା କୁ ନେଇ ରାଉରକେଲା ବଣିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି।

ବଣିକ ସଙ୍ଘ ସଭାପତି ସୁବ୍ରତ ପଟ୍ଟନାୟକ ନେତୃତ୍ୱରେ ସାଧାରଣ ସମ୍ପାଦକ ସୁନୀଲ କୟାଲ , ପୂର୍ବତନ ସଭାପତି ସଜନ ଅଗ୍ରୱାଲ , ଉପସଭାପତି ନରେଶ ଅର୍ଯ୍ୟା , ରାଜେଶ ଅଗ୍ରୱାଲ , ଲୋକସମ୍ପର୍କ ଅଧିକାରୀ ଶୁଭମ କପୁର , ଆଇ ଟି ସମ୍ପାଦକ ପ୍ରମୋଦ କୁମାର ନାଟୁଲ୍ୟ ପ୍ରମୁଖ ଜିଲ୍ଲାପାଳ ଏବଂ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବଣିକ ସଙ୍ଘ ଓ ଇଡ଼କୋ ର ଜମିଜମା ସଂକ୍ରାନ୍ତ , ଏମ୍ ଏସ ଏମ୍ ଇ ପ୍ରସଙ୍ଗ , ଏସ ଟି ପି ଆଇ ବିକାଶ ସାଧନ ଏବଂ ଦୂତୀୟ ବ୍ରାହ୍ମଣୀ ସେତୁ ପ୍ରସଙ୍ଗ ରେ ଆଲୋଚନା କରିଥିଲେ । ଏହା ସହ ସହରର ଟ୍ରାଫିକ ସମସ୍ୟା ଏଡାଇବାକୁ ବହୁ ପ୍ରତୀକ୍ଷିତ ଟ୍ରାନ୍ସପୋର୍ଟ ଟର୍ମିନାଲ ନିର୍ମାଣ , ବେଦବ୍ୟାସ ରୁ ଉଦିତନଗର ମଧ୍ୟରେ କୌଣସି ସ୍ଥାନରେ ଲୁହାମଣ୍ଡି ଖୋଲିବାକୁ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ବଣିକ ସଙ୍ଘ ପ୍ରତିନିଧିଙ୍କ ଠାରୁ ସମସ୍ତ ବିଷୟ ଅବଗତ ହେବା ପରେ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବେବୋଲି କହିଥିଲେ।

Leave A Reply

Your email address will not be published.