ବ୍ରାହ୍ମଣୀ ନଦୀପଠା ରୁ ଅତ୍ୟଧିକ ବାଲି ଉଠାଣ କୁ ନେଇ ଏନ ଜି ଟି ର ଉଦବେଗ।। ତଦନ୍ତ ଲାଗି ୫ ଜଣିଆ କମିଟି ଗଠିତ।

0 316

ନଦୀ ପଠାରୁ ବେଆଇନ ବାଲି ଉତ୍ତୋଳନ ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ତହସିଲ ରେ ପରିବେଶ ଦୂଷିତ ହେବା ସହ ନଦୀତଟ କ୍ଷୟ ହେଉଥିବା ଅଭିଯୋଗ ହୋଇଛି ନେସନଲ ଗ୍ରୀନ ଟ୍ରିବୁନାଲ୍ ରେ।

ଏହାକୁ ନେଇ କୋଲକାତା ସ୍ଥିତ ପୂର୍ବାଞ୍ଚଳ ଏନ ଜି ଟି ଚିନ୍ତା ପ୍ରକଟ କରିଛନ୍ତି । ଏହି ତହସିଲ ରେ ଥିବା କେନାପାଲି ନଦୀପଠା ରୁ ବାଲି
ଉଠଣ ବାବଦରେ ତଦନ୍ତ କରିବାକୁ ଏନ ଜି ଟି ଏକ ପାଞ୍ଚ ଜଣିଆ କମିଟି ଗଠନ କରିଛନ୍ତି । ଏହି ଟିମ ତଦନ୍ତ କରି ୪ ସପ୍ତାହ ମଧ୍ୟରେ ନିଜ ରିପୋର୍ଟ
ଏନ ଜି ଟି କୁ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି। ଗଠିତ ଏହି ୫ ଜଣିଆ କମିଟି ରେ ଜଙ୍ଗଲ ପରିବେଶ ମନ୍ତ୍ରାଳୟ ର ବରିଷ୍ଟ ଅଧିକାରୀ , ରାଜ୍ୟ ପ୍ରଦୂଷଣ ବିଭାଗ ର ଆଞ୍ଚଳିକ ଅଧିକାରୀ, ଜିଲ୍ଲା ମାଜିଷ୍ଟ୍ରେଟ, ମାଇଁନିଙ୍ଗ ଅଧିକାରୀ ପ୍ରମୁଖ ଅଛନ୍ତି । କେନାପାଲି ର ବ୍ରାହ୍ମଣୀ ନଦୀ ପଠାରୁ ଧାର୍ଯ୍ୟ ଉଠାଣ ଠାରୁ ଲିଜ ଧାରୀ ଅଧିକ ବାଲି ଉଠାଉଥିବା ଅଭିଯୋଗ ପୂର୍ବରୁ ଗ୍ରାମବାସୀ ମାନେ କରିଥିଲେ। ଅତ୍ୟଧିକ ବାଲି ପରିବହନ ଦ୍ୱାରା ଗ୍ରାମ୍ୟ ରାସ୍ତା ଖରାପ ହେଉଥିବା ଦର୍ଶାଇ ଏହାର ପ୍ରତିକାର ଦାବିରେ ଗ୍ରାମବାସୀ ଆନ୍ଦୋଳନ ମଧ୍ୟ କରିଥିଲେ। ମାତ୍ର ଏହାର କୌଣସି ସମାଧାନ ନହେବାରୁ ୨୧ ଜଣ ଗ୍ରାମବାସୀ ନେସନଲ ଗ୍ରୀନ ଟ୍ରିବୁନାଲ ର ଦ୍ୱାରସ୍ଥ ହୋଇଥିଲେ ।

Leave A Reply

Your email address will not be published.