ରାଉରକେଲା : ରାଉରକେଲାରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଭଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କ ୧୦୧ତମ ଜୟନ୍ତୀ।। ଭଜନ କୀର୍ତ୍ତନରେ ମୁଖରିତ ହେଲା ଉଦିତ ନଗର ସାଇ ମନ୍ଦିର।
ରାଉରକେଲାରେ ଭଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କ ୧୦୧ତମ ଜୟନ୍ତୀ ପାଳିତ।
ରାଉରକେଲା : ୨୩/୧୧
(ସତ୍ୟାନ୍ୟୁଜ)
ରାଉରକେଲା ଉଦିତନଗର ସ୍ଥିତ ଶ୍ରୀ ସତ୍ୟ ସାଇ ସେବା ସମିତି ପକ୍ଷରୁ ଭଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କ ୧୦୧ତମ ଜନ୍ମ ଜୟନ୍ତୀ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି।
ଏହି ଅବସରରେ ମନ୍ଦିର ପରିସରରେ ସ୍ୱତନ୍ତ୍ର ଭଜନ ଓ କୀର୍ତ୍ତନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଭକ୍ତିମୟ ପରିବେଶ ମଧ୍ୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ଭଜନ କୀର୍ତ୍ତନରେ ସାମିଲ ହେବା ସହ ବାବାଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ଏହା ସହିତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।
ବାବାଙ୍କ ପ୍ରେମ, ସେବା, ଶାନ୍ତି ଓ ମାନବିକତାର ବାର୍ତ୍ତାକୁ ସ୍ମରଣ କରି ଭକ୍ତମାନେ ଏହି ପବିତ୍ର ଜୟନ୍ତୀକୁ ଆଧ୍ୟାତ୍ମିକ ଉତ୍ସାହ ଓ ଉଲ୍ଲାସର ସହ ପାଳନ କରିଥିଲେ।