ରାଉରକେଲା : ଥାଲାସେମିଆ ରୋଗୀଙ୍କ ଚିକିତ୍ସା ଲାଗି ଆଗେଇ ଆସିଲା ” ରକ୍ତ ମିତ୍ର “।। ନିୟମିତ ଭାବେ ଆୟୋଜିତ ହେଉଛି ରକ୍ତଦାନ ଶିବିର।
ଥାଲାସେମିଆ ରୋଗୀଙ୍କ ପାଇଁ ରକ୍ତ ସଂଗ୍ରହ। ରକ୍ତମିତ୍ର ପକ୍ଷରୁ ତୃତୀୟ ରକ୍ତଦାନ ଶିବିର
ରାଉରକେଲା : ୧୩/୧୧
(ସତ୍ୟାନ୍ୟୁଜ) ଥାଲାସେମିଆ ଏକ ଗୁରୁତର ବଂଶଗତ ରକ୍ତ ରୋଗ। ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ଶରୀରରେ ରକ୍ତହୀନତା ଦେଖାଦେବା ସହ ନିୟମିତ ରକ୍ତ ନେବାର ଆବଶ୍ୟକତା ପଡ଼ିଥାଏ। ଠିକ୍ ସମୟରେ ରକ୍ତ ନମିଳିଲେ ରୋଗୀଙ୍କ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହୋଇପାରେ। ରାଉରକେଲା ସରକାରୀ ହସ୍ପିଟାଲରେ ଏଭଳି ୧୩୬ ଜଣ ଥାଲାସେମିଆ ରୋଗୀ ପଞ୍ଜୀକୃତ ହୋଇଛନ୍ତି। ଏହି ରୋଗୀଙ୍କୁ ନିୟମିତ ରକ୍ତ ଯୋଗାଇଦେବା ଲକ୍ଷ୍ୟରେ ରକ୍ତମିତ୍ର ସଂସ୍ଥା ପକ୍ଷରୁ ଆୟୋଜିତ ହୋଇଛି ତୃତୀୟ ରକ୍ତଦାନ ଶିବିର।
ରକ୍ତଦାନ ମହତ୍ ଦାନ। ଆଉ ଏହି ମହତ୍ ଦାନ ଦ୍ୱାରା ଅନେକ ଥାଲାସେମିଆ ରୋଗୀଙ୍କ ଜୀବନ ବଞ୍ଚାଇବାର ପ୍ରୟାସ କରୁଛି ରକ୍ତମିତ୍ର ଅନୁଷ୍ଠାନ।