ରାଉରକେଲା: ସହରରେ ଶାରଦୀୟ ଦୁର୍ଗା ପୂଜା ପ୍ରସ୍ତୁତି ଜୋରଦାର।। ବିସର୍ଜନ ପୋଖରୀ ର ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି
ରାଉରକେଲା: ୧୩/୧୦
(ସତ୍ୟାନ୍ୟୁଜ) ଶାରଦୀୟ ଦୁର୍ଗା ପୂୂଜା ଲାଗି ଏବେ ସାରା ରାଉରକେଲା ସହର ଉତ୍ସବ ମୁଖର ହୋଇ ପଡ଼ିଥିବା ବେଳେ ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ପେଣ୍ଡାଲ ସହ ମା ଙ୍କ ପ୍ରତିମା ନିର୍ମାଣ କରା ଯାଉଛି। ଅନ୍ୟ ପକ୍ଷରେ ଭସାଣି ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ନଦୀ ଜଳକୁ ପ୍ରଦୂଷଣ ରୁ ରକ୍ଷା କରିବା ଲାଗି ବାଲୁଘାଟ ଠାରେ ଅସ୍ଥାୟୀ ବିସର୍ଜନ ପୋଖରୀ ନିର୍ମାଣ କରା ଯାଇଛି। ମାତ୍ର ପ୍ରତିବର୍ଷ ଏହାର ପାଣି ଦୂଷିତ ହୋଇ ପଡୁଥିବାରୁ ବିଭିନ୍ନ କମିଟି ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ନଜରରେ ରଖି ଚଳିତ ବର୍ଷ ରାଉରକେଲା ମହାନଗର ନିଗମ ପକ୍ଷରୁ ବିସର୍ଜନ ପୋଖରୀ ର ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ପୋଖରୀରେ ଥିବା ପାଣି କୁ ବାହାର କରାଯାଇ ଜେସିବି ସାହାଯ୍ୟରେ ଏହାକୁ ସମତଳ କରା ଯାଉଛି। କାମ ସରିବା ପରେ ପୋଖରୀରେ ନିର୍ମଳ ପାଣି ଭର୍ତ୍ତି କରାଯିବ। ଆଜି ମହାନଗର ନିଗମ କର୍ତ୍ତୃପକ୍ଷ ଙ୍କ ସହ ବିଧାୟକ ଦୁର୍ଗା ଚରଣ ତନ୍ତୀ ବିସର୍ଜନ ପୋଖରୀ ସ୍ଥଳ ବୁଲି କାମ ତଦାରଖ କରିଥିଲେ। ଆଗାମୀ ଦୁଇ ତିନି ଦିନ ମଧ୍ୟରେ ବିସର୍ଜନ ପୋଖରୀ କାମ ସରିଯିବା ନେଇ ଆଶା କରା ଯାଉଛି ।