କୋଇଡ଼ାରେ ସିକୃଟି ଗାର୍ଡ ଙ୍କୁ ନିର୍ମମ ହତ୍ୟା! ଜଣେ ଅଟକ।
କୋଇଡା:୧୩/୧୦
(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରେ ଚାଞ୍ଚଲ୍ୟ! ଏକ ଘରୋଇ କମ୍ପାନୀ କ୍ରସରକୁ ଜଗି ରହିଥିବା ଜଗୁଆଳି ସନାତନ ମୁଣ୍ଡା ଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
ଗତକାଲି ରାତିରେ କମ୍ପାନୀରେ ଜଗିଥିବା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି। ଅନ୍ୟପଟେ, ଗାଁରେ ନୂତନ ଖଣି ଖୋଲିବାକୁ ନେଇ ପୂର୍ବରୁ ଅଶାନ୍ତି ଲାଗି ରହିଥିବାରୁ ଘଟଣାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି।
ହତ୍ୟା ସନ୍ଦେହରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏଥିସହ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଜବତ କରାଯାଇଥିବା ସୂଚନା ମିଳିଛି। ପୋଲିସ ସାଇଣ୍ଟଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।
ହତ୍ୟାକାଣ୍ଡ ପଛରେ କିଏ ଏବଂ କ’ଣ ରହିଛି କାରଣ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।