ରାଉରକେଲା : ୧୪୩ ନମ୍ୱର୍ ଜାତୀୟ ରାଜପଥ କଡ଼ରୁ ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ଶବ ଉଦ୍ଧାର।। ଚାନ୍ଦିପୋଷ ପୋଲିସ୍ ର ତଦନ୍ତ ଜାରି।

0 97

ରାଉରକେଲା:୨୮/୪
(ସତ୍ୟାନ୍ୟୁଜ) ଚାନ୍ଦିପୋଷ ଥାନା ଅନ୍ତର୍ଗତ ୧୪୩ ନମ୍ୱର୍ ଜାତୀୟ ରାଜପଥ ବିରତୋଳା ନିକଟରେ ସନ୍ଦେହଜନକ ଭାବେ ଆଜି ଜଣେ ଯୁବକଙ୍କ ମୃତ ଦେହ ମିଳିଛି। ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତ ରୁ ଜଣା ପଡୁଥିବା ବେଳେ ସେଠାରେ କୌଣସି ବାଇକ୍ କିମ୍ବା ଅନ୍ୟ ଯାନ ନଥିବାରୁ ପୋଲିସ୍ ଦ୍ୱନ୍ଦ୍ୱ ରେ ରହିଛି। ଦୁଇ ଜଣ ମଟର ସାଇକେଲ ରେ ଯାଉଥିବା ବେଳେ ଡିଭାଇଡର ପିଟି ହୋଇ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇ ଥିବା ସନ୍ଦେହ କରାଯାଉଛି। ଦୁର୍ଘଟଣା ସ୍ଥାନରେ ଜୋତା, ମଟର ସାଇକେଲ ର କଛି ଭଗ୍ନାଂଶ ପଡି ଥିବା ଦେଖା ଯାଇଛି। ଘଟଣା ସ୍ଥଳରୁ ଅନ୍ୟ କେହି ମଟର ସାଇକେଲ ନେଇ ପଳାଇ ଯିବା ଅନୁମାନ କରା ଯାଉଛି। ଚାନ୍ଦିପୋଷ ପୋଲିସ ଘଟଣା ସ୍ଥଳରେ ପହଁଚି ଦୁଇଟି ମୋବାଇଲ ଫୋନ୍ , ଦୁଇଟି ଡ୍ରାଇଭିଂ ଲାଇସେନ୍ସ ଜବତ କରି ଥିବା ବେଳେ ମୃତ ଯୁବକ ରାଉରକେଲା ବିଶ୍ରା ଅଞ୍ଚଳର ବୋଲି ଜଣା ପଡିଛି। ଘଟଣା ସ୍ଥଳରୁ ମଟର ସାଇକେଲ ନେଇ କେହି ପଳାଇବା ପୋଲିସ୍ ର ସନ୍ଦେହ ବଢାଇ ଦେଇଛି।

Leave A Reply

Your email address will not be published.