ରାଉରକେଲା : ଆରଏସପି ରୁ ୪୦ ପ୍ରତିଶତ ଶ୍ରମିକ ଛଟେଇ ନିଷ୍ପତ୍ତି କୁ ଆର ଏସ ଏସ ର ବିରୋଧ।। ପ୍ରଶାସନିକ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।
ରାଉରକେଲା:୨୭/୪(ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ କାରଖାନାରୁ ୪୦ ପ୍ରତିଶତ କର୍ମଚାରୀ ଏବଂ ଠିକା କର୍ମଚାରୀ ଛଟେଇ କରିବା ପାଇଁ ଇସ୍ପାତ ମନ୍ତ୍ରାଳୟ ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛି ରାଉରକେଲା ଶ୍ରମିକ ସଂଘ। ପ୍ରତିବାଦ ସ୍ୱରୂପ ଆଜି ସକାଳେ ଶ୍ରମିକ ସଂଘର କର୍ମକର୍ତ୍ତା ମାନେ ଆରଏସପି ପ୍ରଶାସନିକ ଭବନ ସମ୍ମୁଖରେ ବିକ୍ଷୋଭ ପର୍ଦର୍ଶନ କରିଥିଲେ। ଏପରିକି ଶ୍ରମିକ ସଂଘ ସଦସ୍ୟ ମାନେ ରାସ୍ତା ଉପରେ ଶୋଇ ପଡ଼ି କୌଣସି ଅଧିକାରୀଙ୍କୁ ପ୍ରଶାସନିକ ଭବନ ଭିତରକୁ ଛାଡ଼ି ନଥିଲେ। ଏହି ଅଚଳାବସ୍ଥା ଦୂର କରିବାକୁ ଆରଏସପି ନିର୍ବାହୀ ନିର୍ଦ୍ଦେଶକ ତରୁଣ କାନ୍ତି ମିଶ୍ର ବିକ୍ଷୋଭ ସ୍ଥଳ କୁ ଆସି ଶ୍ରମିକ ସଂଘ କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିବା ପରେ ଧାରଣା ହଟିଥିଲା। ଶ୍ରମିକ ଛଟେଇ ନିଷ୍ପତ୍ତି କୁ ଇସ୍ପାତ ମନ୍ତ୍ରାଳୟ ପ୍ରତ୍ୟାହୃତ ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ରାଉରକେଲା ଶ୍ରମିକ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି।