ରାଉରକେଲା:୧୧/୪(ସତ୍ୟାନ୍ୟୁଜ) ଡ୍ରଗ୍ସ କାରବାର ବିରୁଦ୍ଧରେ ଚାଲିଥିବା ଅଭିଯାନରେ ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ କୁ ମିଳିଛି ଆଉ ଏକ ସଫଳତା। ସାଧାରଣ ଲୋକ ଏବଂ କଲେଜ ଛାତ୍ର ଙ୍କୁ ଟାର୍ଗେଟ କରି ଗୋପବନ୍ଧୁପାଲି ଅଞ୍ଚଳର ମୋନୁ ନାୟକ ଦୀପ୍ତି ହୋଟେଲ ପଛପଟେ ଥିବା ଏକ ଶୌଚାଳୟ ନିକଟରେ ବ୍ରାଉନ ସୁଗର୍ ବିକୁ ଥିଲେ। ପୋଲିସ୍ ଖବର ପାଇ ଚଢାଉ କରି ମୋନୁ ଠାରୁ ୧ ଲକ୍ଷ ୩୫ ହଜାର ଟଙ୍କା ର ହିରୋଇନ୍ ଜବତ୍ କରିଛନ୍ତି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।