ରାଉରକେଲା : ଗାନ୍ଧୀ ରୋଡ ରେ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ।। ଆହତ ଯୁବକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି।

0 204

ରାଉରକେଲା:୧୦/୪(ସତ୍ୟାନ୍ୟୁଜ) ସାମାନ୍ୟ ବଚସା କୁ ନେଇ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ। ଏପରି ଘଟଣା ଘଟିଛି ପ୍ଲାଣ୍ଟ ସାଇଟ୍ ଥାନା ଅନ୍ତର୍ଗତ ଗାନ୍ଧୀ ରୋଡ ରେ। ଏହି ଅଞ୍ଚଳର ଜଣେ ୩୫ ବର୍ଷୀୟ ଯୁବକ ରାଜିନ୍ଦ୍ର ସିଂ ରାତି ପ୍ରାୟ ୧୧ଟା ବେଳେ ରାସ୍ତାରେ ଜଣେ ବନ୍ଧୁଙ୍କ ସହ ଛିଡା ହୋଇଥିଲେ। ଏହି ସମୟରେ କିଛି ଯୁବକ ଏକ କାର ଏବଂ ବାଇକ୍ ରେ ସେଠାରେ ପହଞ୍ଚି ଥିଲେ। ହଠାତ୍ ଯୁବକ ମାନେ ରାଜିନ୍ଦ୍ର ଙ୍କୁ ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ। ପ୍ରାଣ ବିକଳରେ ରାଜେନ୍ଦ୍ର ସେଠାରୁ ଦୌଡି ପଳାଇ ଜୀବନ ବଞ୍ଚାଇଥିଲେ। ଲୋକ ମାନେ ପାଟି ତୁଣ୍ଡ ଶୁଣି ସେଠାରେ ପହଞ୍ଚି ଯିବାରୁ ଦୁବୃର୍ତ୍ତ ମାନେ ଗାଡ଼ିରେ ପଳାଇ ଯାଇଥିଲେ। ଆହତ ରାଜିନ୍ଦ୍ର ଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି। ଏ ବାବଦରେ ପ୍ଲାଣ୍ଟ ସାଇଟ୍ ଥାନାରେ ରାଜେନ୍ଦ୍ର ଙ୍କ ଭାଇ ଏତେଲା ଦେବା ପରେ ପୋଲିସ ଏକ ମାମଲା ରଜ୍ଜୁ କରି ତଦନ୍ତ କରୁଛି।

Leave A Reply

Your email address will not be published.