ରାଉରକେଲା : କ୍ଷତିପୂରଣ ଦାବିରେ ୧୪୩ ନମ୍ୱର୍ ଜାତୀୟ ରାଜପଥ ଅବରୋଧ କଲେ ଲୋକେ।। ଗତକାଲି କାର ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା।

0 128

ରାଉରକେଲା:୧୦/୪(ସତ୍ୟାନ୍ୟୁଜ) ରାଉରକେଲା ରୂପଟୋଲା ନିକଟରେ ୧୪୩ ନମ୍ୱର୍ ଜାତୀୟ
ରାଜପଥ ଅବରୋଧ କଲେ ସ୍ଥାନୀୟ ଲୋକେ। ଗତକାଲି ଅପରାହ୍ନ ରେ ଏକ ଦ୍ରୁତଗାମୀ କାର ଦୁର୍ଘଟଣାରେ ସବିନା ସୁରିନ୍ ନାମକ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇ ଯାଇଥିଲା। ଆଜି କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରୂପଟୋଲା ନିକଟରେ ୧୪୩ ନମ୍ୱର୍ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଉଭୟ ପଟେ ବହୁ ଯାନ ବାହାନ ଅଟକି ରହିଛି। ପାନପୋଷ ଏସ ଡି ପି ଓ ସୁଶାନ୍ତ କୁମାର ଦାସ , ରଘୁନାଥପାଲି ଥାନା ଇନ୍ସପେକ୍ଟର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି। କିନ୍ତୁ ସ୍ଥାନୀୟ ଲୋକେ ଏବଂ ପରିବାର ବର୍ଗ କ୍ଷତିପୂରଣ ଦାବିରେ ରାସ୍ତା ଉପରେ ବସି ରହିଛନ୍ତି। ସ୍ଥାନୀୟ ଲୋକମାନେ ଟାୟାର ଆଦି ଜାଳି ରାଜପଥ ଅବରୋଧ କରିଛନ୍ତି। ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଲୋକମାନେ
ଫ୍ଲାଏ ଓଭର ନିର୍ମାଣ ଦାବି କରିଛନ୍ତି।

Leave A Reply

Your email address will not be published.