ଗଞ୍ଜାମ : ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଘୋଡ଼ାହାଡ଼ ନଦୀରେ ବୁଡି ଦୁଇ ନାବାଳକ ମୃତ।। ଦିଗ ପହଣ୍ଡିରେ ଜଣେ ଏବଂ ସୁନ୍ଦରଗଡ଼ରେ ୩ ନାବାଳିକା ନଦୀରେ ବୁଡ଼ି ମୃତ।

0 41

ଗଞ୍ଜାମ : ୧୬/୯
(ସତ୍ୟାନ୍ୟୁଜ) ଗଞ୍ଜାମରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ। ନଦୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ।
ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ଘୋଡ଼ାହାଡ଼ ନଦୀରେ ଘଟିଛି ଏହି ଦୁଃଖଦ ଘଟଣା।
ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିବା ବେଳେ ଗଭୀର ପାଣିକୁ ଚାଲିଯାଇ ବୁଡ଼ି ଯାଇଥିଲେ ଦୁଇ ଛାତ୍ର।
ମୃତକ ଦୁଇଜଣ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ଗଜପତି ମାର୍ଗ ଅଞ୍ଚଳର ୧୪ ବର୍ଷୀୟ ଆଦର୍ଶ ସାହୁ ଏବଂ ଗାୟତ୍ରୀ ନଗରର ୧୪ ବର୍ଷୀୟ ପ୍ରୀତମ ସାମେଲି।
ଘଟଣା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ନଦୀରୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ପରେ ହିଞ୍ଜିଳିକାଟୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦୁଇ ଛାତ୍ରଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ଅନ୍ୟ ଏକ ଘଟଣାରେ ଦିଗପହଣ୍ଡିରେ ମଧ୍ୟ ସମାନ ଅଘଟଣ। କୋଟିନାଡ଼ ପଞ୍ଚାୟତର ସିଦ୍ଧିଖଣ୍ଡି ଗାଁରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡ଼ି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଗଣେଶ ବିସର୍ଜନର ଖୁସି ମଧ୍ୟରେ ଗଞ୍ଜାମରେ ଘଟିଥିବା ଏହି ଦୁଇ ଦୁଃଖଦ ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି।
ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅଞ୍ଚଳରେ ଶଙ୍ଖ ନଦୀରେ ବୁଡ଼ି ୩ ଜଣ ନାବାଳିକା ମୃତ୍ୟୁ ବରଣ କରିଛନ୍ତି। ପରିବାର ସହ କର୍ମା ପୂଜା ଲାଗି ପାଣି , ବାଲି ଆଣିବାକୁ ଯାଉଥିବା ବେଳେ ଅଘଟଣ। ୨ ଜଣ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ।

Leave A Reply

Your email address will not be published.