ବିରମିତ୍ରପୁର : ନଦୀରେ ଭାସି ଯାଇ ୩ ନାବାଳିକା ଙ୍କ ମୃତ୍ୟୁ।। ୨ ଉଦ୍ଧାର।। କର୍ମା ପୂଜା ଲାଗି ପାଣି ଆଣିବାକୁ ଯାଇଥିଲେ ଶଙ୍ଖ ନଦୀ।। ରାଏବଗା ଥାନା ଅଞ୍ଚଳର ଘଟଣା।
ରାଉରକେଲା : ୧୬/୯
(ସତ୍ୟାନ୍ୟୁଜ) କର୍ମା ପୂଜା ଲାଗି ନଦୀ କୁ ଯାଇଥିଲେ ପାଣି ଆଣିବାକୁ। ଗାଧୋଇବା ବେଳେ ଭାସି ଗଲେ ୬ ନାବାଳିକା । ସ୍ଥାନୀୟ ଲୋକମାନେ ୩ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୩ ଜଣ ନାବାଳିକା ମୃତ୍ୟୁ ବରଣ କରିଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ରାଏବଗା ଥାନା ଅନ୍ତର୍ଗତ ଦଲକି ନିକଟ ଶଙ୍ଖ ନଦୀରେ। ଆଜି ସକାଳେ ନିକଟସ୍ଥ ଗାଁ ର ଝିଅ ମାନେ ନଦୀକୁ ପାଣି ଆଣି ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ହଠାତ୍ ନଦୀରେ ପାଣି ଆସିଯିବାରୁ ୬ ଜଣ ଭାସି ଯାଇଥିଲେ। ପାଟି ଶୁଣି ସ୍ଥାନୀୟ ଲୋକମାନେ ସମସ୍ତଙ୍କୁ ଉଦ୍ଧାର କରିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇ ଥିବା ଜଣା ପଡିଛି। ଅନ୍ୟ ୩ ଜଣଙ୍କୁ ବିରମିତ୍ରପୁର ହସ୍ପିଟାଲ୍ ରେ ଚିକିତ୍ସା କରାଯାଉଛି।