ରାଉରକେଲା: କବିତା ରାୟଙ୍କ ଏକଦଶାହ ରେ ଶ୍ରଦ୍ଧାଞ୍ଜଳି ଦେଲେ ସହରର ବହୁ ବ୍ୟକ୍ତି ବିଶେଷ।। ଶ୍ରଦ୍ଧାଞ୍ଜଳି ସଭା ସହ ଭଜନ କୀର୍ତ୍ତନ ଆୟୋଜିତ।

0 146

ରାଉରକେଲା:୧୫/୯
(ସତ୍ୟାନ୍ୟୁଜ) ରାଉରକେଲା ପୌରପାଳିକାର ପୂର୍ବତନ ନଗରପାଳ କବିତା ରାୟ ଙ୍କ ଏକଦଶାହ କାର୍ଯ୍ୟକ୍ରମ ରେ ସହର ର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ମଙ୍ଗଳବାର ଦିନ ମେ ଫେଆର୍ ହକି ଭିଲେଜ୍ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର , ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ, ରାଉରକେଲା ଏସପି ନୀତେଶ ୱାଧୱାନିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ , ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଙ୍କ ଭଉଣୀ କବିତା ରାୟ କିଛି ଦିନ ହେଲା ଅସୁସ୍ଥ ହୋଇ କଟକ ରେ ଚିକିତ୍ସିତ ଥିଲେ। ଗତ ୬ ସେପ୍ଟେମ୍ବର ରେ ତାଙ୍କର ନିଧନ ହୋଇଥିଲା। କବିତା ରାଉରକେଲା ବଣିକ ସଂଘର ସମ୍ପାଦିକା ଭାବେ ମଧ୍ୟ କାର୍ଯ୍ୟ ନିର୍ବାହ କରିଥିଲେ। ତାଙ୍କ ବିୟୋଗରେ ପରିବାରରେ ଏକ ଶୂନ୍ୟତା ସୃଷ୍ଟି ହୋଇଥିବା ଦିଲ୍ଲୀପ ରାୟ କହିଛନ୍ତି।

Leave A Reply

Your email address will not be published.