ବଣାଇ:୬/୪(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ର ବକୁଳିଡ଼ିହି ନିକଟରେ ବାଇକ ଦୃଘଟଣା ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ତିନି ଜଣ ଗୁରୁତର ଅଛନ୍ତି। ଗୁରୁତର ମାନଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି। ଉଭୟ ମୃତକ ଏବଂ ଆହତ ଯୁବକ ମାନେ ସାନ
ଭାଲୁପାଣି ଗ୍ରାମର ବୋଲି ଜଣା ପଡିଛି। ଏମାନେ ସମସ୍ତେ
ଟୁଣିଆପାଲି ରୁ ଗୋଟିଏ ମଟର ସାଇକେଲ ବସି ଯାଉ ଥିବା ବେଳେ ଭାରସାମ୍ୟ ହରାଇ ଏକ ଛୋଟ ପୋଲ ରେ ପିଟି ହୋଇ ଯାଇଥିଲେ। ପ୍ରାୟ ୧୫ ଫୁଟ ତଳକୁ ଖସି ପଡିବା ଯୋଗୁଁ ସମସ୍ତେ ଗୁରୁତର ହୋଇ ପଡ଼ିଥିଲେ। ଖବର ପାଇ ଟିକାୟତ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଗାଡ଼ିରେ ସମସ୍ତଙ୍କୁ ବଣାଇ ଡାକ୍ତରଖାନା ଆଣି ଥିଲେ। ଡାକ୍ତର ଜଣେ ଯୁବକଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଅନ୍ୟ ତିନି ଜଣ ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।