ଢେଙ୍କାନାଳ: ହତ୍ୟା ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା।। ଦାବି ପୁରଣ ନହେଲେ ତୀବ୍ର ଆନ୍ଦୋଳନ ଚେତାବନୀ।

0 112

ହିନ୍ଦୋଳ: ୬/୪(ସତ୍ୟାନ୍ୟୁଜ) ଢେଙ୍କାନାଳରୁ ବଡ଼ ଖବର…
ହତ୍ୟା ମାମଲାରେ ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବୀରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ।
ଶତାଧିକ ମହିଳା ଓ ଗ୍ରାମବାସୀଙ୍କ ଜୋରଦାର ପ୍ରତିବାଦ।

ଏହି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ କନ୍ତାମିଲା ପଞ୍ଚାୟତର ଧୋବଣୀ ନନ୍ଦର ଗ୍ରାମରେ।
ମୃତକ ଉତ୍ତମ ସାହୁ, ବୟସ ୫୮ ବର୍ଷ।
ଗତ ୨୧ ମାର୍ଚ୍ଚ ସକାଳ ୯ଟା ସମୟରେ ସେ ଘର ନିକଟରେ ଥିବା ମହୁଲ ଗଛ ପାଖକୁ ମହୁଲ ଗୋଟାଇବାକୁ ଯାଇଥିଲେ।
ସେଠାରେ ପଡ଼ୋଶୀ କୁନୁ ପରିଡା ଜୋରଜବରଦସ୍ତି ବାଉଁଶ ପୋତି ଜମି ଦଖଳ କରୁଥିବାକୁ ନେଇ ଦୁହେଁଙ୍କ ମଧ୍ୟରେ ବାଦବିବାଦ ହୋଇଥିଲା।

ସାକ୍ଷୀମାନଙ୍କ କହିବା ଅନୁଯାୟୀ, କୁନୁ ପରିଡା ସେତେବେଳେ ଧମକ ଦେଇଥିଲେ ଯେ
“ଆଜି ତୋତେ ମାରିଦେବି…”
କିଛି ସମୟ ପରେ, ସେ ଘରୁ ଫେରି ତାଙ୍କ ପରିବାର ସହିତ ପୁଣି ଆସି,
ଠେଙ୍ଗା, ଶାବଳ ଓ ଟାଙ୍ଗିଆ ନେଇ ଉତ୍ତମ ସାହୁଙ୍କୁ ପଛରୁ ଆକ୍ରମଣ କରିଥିଲେ।
ଏହି ନୃଶଂସ ଆକ୍ରମଣରେ ଉତ୍ତମ ସାହୁ ଗୁରୁତର ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ପଡ଼ିଯାଇଥିଲେ।

ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ,
କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ପରେ ପୋଲିସ କେବଳ କୁନୁ ପରିଡାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
କିନ୍ତୁ ଅନ୍ୟ ଅଭିଯୁକ୍ତମାନେ ଏପର୍ଯ୍ୟନ୍ତ ଗିରଫ ହୋଇନାହାନ୍ତି।

ଏହାକୁ ନେଇ ଆଜି ପୂର୍ବାହ୍ନ ରେ
ଶତାଧିକ ମହିଳା ଓ ଗ୍ରାମବାସୀ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧରଣା ଦେଇଥିଲେ।
ସେମାନଙ୍କ ଦାବି ଥିଲା ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ପୀଡିତ ପରିବାରକୁ ନ୍ୟାୟ ଦିଆଯାଉ।

ଯଦି ଅନ୍ୟ ଅଭିଯୁକ୍ତ ଶୀଘ୍ର ଗିରଫ ହେବ ନାହିଁ,
ତେବେ ରାସ୍ତା ଅବରୋଧ ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଧରଣା ଦିଆ ଯିବ ବୋଲି ଗ୍ରାମବାସୀ କହିଛନ୍ତି।

ଘଟଣା ସ୍ଥଳକୁ SDPO ସତ୍ୟ କୁମାର ନନ୍ଦ ଓ ଥାନା IIC ମମତା କୁମାରୀ ସାମନ୍ତରାୟ ପହଞ୍ଚି
ଲୋକମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ।
କିନ୍ତୁ ଗ୍ରାମବାସୀଙ୍କ ସ୍ପଷ୍ଟ କଥା —
“ପ୍ରଥମେ ଗିରଫ, ପରେ ଆଲୋଚନା”
ଏବେ ଦେଖିବାକୁ ରହିଲା,
ପୋଲିସ କେତେ ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରୁଛି
ଓ ପୀଡିତ ପରିବାରକୁ କେବେ ନ୍ୟାୟ ମିଳୁଛି।

Leave A Reply

Your email address will not be published.