ରାଉରକେଲା : ସହରରେ ବଢ଼ିବାରେ ଲାଗିଛି ତାପମାତ୍ରା।। ଅଟୋ ଟ୍ରାଫିକ ସିଗ୍ନାଲ୍ ପୋଷ୍ଟ ରେ ଗ୍ରିନ୍ ଶେଡ୍ ନିର୍ମାଣ ଦାବି।
ରାଉରକେଲା:୨/୪(ସତ୍ୟାନ୍ୟୁଜ) ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି ତାପମାତ୍ରା । ଅଂଶୁଘାତ ଭୟ ମଧ୍ୟ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବାକୁ ସରକାରଙ୍କୁ ଅପିଲ କରିଛନ୍ତି ରାଉରକେଲା ବାସୀ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମହାନଗର ନିଗମ ପକ୍ଷରୁ ଜଳଛତ୍ର ମଧ୍ୟ ଖୋଲା ଗଲାଣି। ମାତ୍ର ଅସଲ ସମସ୍ୟା ରହିଛି ଟ୍ରାଫିକ ସିଗ୍ନାଲ୍ ପୋଷ୍ଟ ନିକଟରେ। ପୂର୍ବରୁ ଅଟୋମେଟିକ୍ ଟ୍ରାଫିକ ସିଗ୍ନାଲ କେବଳ ଟ୍ରାଫିକ ଟାୱାର ଠାରେ ଥିଲା। ଏବେ ଆଉ ତିନୋଟି ସ୍ଥାନରେ ଟ୍ରାଫିକ ସିଗ୍ନାଲ ସିଷ୍ଟମ୍ କରାଯାଇଛି। ଡିଏଭି ଛକ , ହନୁମାନ ବାଟିକା ଛକ , ଆମ୍ବଗାନ୍ ଛକ ଠାରେ ଏହି ସିଗ୍ନାଲ ପୋଷ୍ଟ କରାଯାଇଛି। ଅଟୋ ମେଟିକ୍ ସିଗ୍ନାଲ ଯୋଗୁଁ ଲୋକଙ୍କୁ ଟିକେ ଅଧିକ ସମୟ ଅପେକ୍ଷା କରିବାକୁ ପଡୁଛି। ଫଳରେ ଆତ୍ୟଧିକ ଖରା ଏବଂ ଗରମ ଯୋଗୁଁ ସନ୍ ଷ୍ଟ୍ରୋକ ର ସମ୍ଭାବନା ରହିଛି। ପ୍ରଶାସନ ଏହାକୁ ବିଚାର କରି ପ୍ରତି ସିଗ୍ନାଲ ପୋଷ୍ଟ ରେ ଗ୍ରୀନ୍ ଶେଡ୍ ନିର୍ମାଣ କରିବାକୁ ଲୋକେ ଦାବି କରିଛନ୍ତି। ପୂର୍ବରୁ ଭୁବନେଶ୍ୱରରେ ଗ୍ରୀଷ୍ମ ଦାଉରୁ ରକ୍ଷାପାଇଁ ଟ୍ରାଫିକ ସିଗ୍ନାଲ ପୋଷ୍ଟ ରେ ଗ୍ରିନ୍ ଶେଡ୍ କରା ଯାଇଛି। ଲୋକଙ୍କ ଦାବି ଯୋଗୁଁ ଏବେ କଟକ ରେ ଶେଡ୍ ବ୍ୟବସ୍ଥା କରା ଯାଇଛି। ରାଉରକେଲାରେ ମଧ୍ୟ ଏପରି ବ୍ୟବସ୍ଥା କରିବାକୁ ଦାବି ହେଉଛି।