ସୁନ୍ଦରଗଡ଼ : ପୋଲିସ୍ ସଚେତନତା କାର୍ଯ୍ୟକ୍ରମରେ ଜଳଖିଆ ଖାଇ ଅସୁସ୍ଥ ହୋଇ ଥିଲେ ଛାତ୍ରଛାତ୍ରୀ। ଜିଲ୍ଲାପାଳ ହସ୍ପିଟାଲ୍ ରେ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ।

0 104

ସିଙ୍ଗଡ଼ା ବରା ଖାଇ ୨୫ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣା : ଜିଲ୍ଲାପାଳ ଏବଂ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହସ୍ପିଟାଲ୍ ଏବଂ ସ୍କୁଲ ରେ ଯାଞ୍ଚ।
ସୁନ୍ଦରଗଡ଼:୨୬/୩(ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ରେ ସିଙ୍ଗଡା ବରା ଖାଇ ୧୯ ଜଣ ଛାତ୍ରୀ ୩୮ ଛାତ୍ର ଅସୁସ୍ଥ ହେବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲାପାଳ ହସ୍ପିଟାଲ୍ ରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା
ବୁଝି ଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ସ୍କୁଲ ରେ ପହଞ୍ଚି ଯାଞ୍ଚ କରିଥିଲେ। ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ।ମାନେ ଖାଇଥିବା ଖାଦ୍ୟର ନମୁନା ସଂଗ୍ରହ କରାଯାଇ ଯାଞ୍ଚ କରାଯାଉଛି। ସ୍କୁଲ ରେ ଏକ ଡାକ୍ତରୀ ଟିମ୍ ପହଞ୍ଚି ଛାତ୍ରଛାତ୍ରୀ।ମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିଛନ୍ତି।ସମସ୍ତ ଛାତ୍ର ଛାତ୍ରୀ ବିପଦମୁକ୍ତ ଥିବା କୁହା ଯାଉଛି। ୧୯ ଜଣ ଛାତ୍ରୀ ଗୁରୁତର ହୋଇ ମଝାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ସୁନ୍ଦରଗଡ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି ।
ଏହି ଘଟଣା ଘଟିଛି ସଦର ବ୍ଲକ ଲହଣ୍ଡାବୁଡ଼ ପଞ୍ଚାୟତ ସଲଙ୍ଗାବୁଡ଼ ପଞ୍ଚାୟତ ହାଇସ୍କୁଲ୍ ରେ।

ଗତ କାଲି ଧରୁଆଡିହି ଥାନା ପୋଲିସ ପକ୍ଷରୁ ଆମ ପୋଲିସ ଓ ସଚେତନତା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଙ୍କୁ ସିଙ୍ଗଡ଼ା ଏବଂ ବରା ଖାଇବାକୁ ଦିଅ ଯାଇଥିଲା। ଏହାପରେ ରାତିରେ ଅନେକ ଛାତ୍ରଛାତ୍ରୀ ଝାଡ଼ା ବାନ୍ତି ରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି । ତେବେ ଛାତ୍ରଛାତ୍ରୀ ମାନେ ରାତିରେ ହଷ୍ଟେଲ ରେ ମଧ୍ୟ ରନ୍ଧା ଖାଦ୍ୟ ଖାଇଛନ୍ତି। କେଉଁ କାରଣରୁ ଫୁଡ୍ ପଏଜନ୍ ହେଲା ତା ତଦନ୍ତ ପରେ ସଠିକ୍ ଜଣାପଡ଼ିବ। ସମସ୍ତ ଛାତ୍ର ଝାଡ଼ା ବାନ୍ତି ପରେ ସୁସ୍ଥ ଥିବା ବେଳେ ୧୯ ଜଣ ଛାତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି ।

Leave A Reply

Your email address will not be published.