ସିଙ୍ଗଡ଼ା ବରା ଖାଇ ୨୫ ଛାତ୍ରଛାତ୍ରୀ ଅସୁସ୍ଥ ।
ସୁନ୍ଦରଗଡ଼:୨୬/୩(ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ରେ ସିଙ୍ଗଡା ବରା ଖାଇ ୧୯ ଜଣ ଛାତ୍ରୀ ୩୮ ଛାତ୍ର ଅସୁସ୍ଥ ହୋଇ ପଡିଛନ୍ତି। ସମସ୍ତ ଛାତ୍ର ଛାତ୍ରୀ ନବମ ଓ ଦଶମ ଶ୍ରେଣୀର ବୋଲି ଜଣା ପଡିଛି। ୧୯ ଜଣ ଛାତ୍ରୀ ଗୁରୁତର ହୋଇ ମଝାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ସୁନ୍ଦରଗଡ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି ।
ଏପରି ଘଟଣା ଘଟିଛି ସଦର ବ୍ଲକ ଲହଣ୍ଡାବୁଡ଼ ପଞ୍ଚାୟତ ସଲଙ୍ଗାବୁଡ଼ ପଞ୍ଚାୟତ ହାଇସ୍କୁଲ୍ ରେ। ଗତ କାଲି ଧରୁଆଡିହି ଥାନା ପୋଲିସ ପକ୍ଷରୁ ଆମ ପୋଲିସ ଓ ସଚେତନତା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଙ୍କୁ ସିଙ୍ଗଡ଼ା ଏବଂ ବରା ଖାଇବାକୁ ଦିଅ ଯାଇଥିଲା। ଏହାପରେ ରାତିରେ ଅନେକ ଛାତ୍ରଛାତ୍ରୀ ଝାଡ଼ା ବାନ୍ତି ରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି । ତେବେ ଛାତ୍ରଛାତ୍ରୀ ମାନେ ରାତିରେ ହଷ୍ଟେଲ ରେ ମଧ୍ୟ ରନ୍ଧା ଖାଦ୍ୟ ଖାଇଛନ୍ତି। କେଉଁ କାରଣରୁ ଫୁଡ୍ ପଏଜନ୍ ହେଲା ତା ତଦନ୍ତ ପରେ ସଠିକ୍ ଜଣାପଡ଼ିବ। ସମସ୍ତ ଛାତ୍ର ଝାଡ଼ା ବାନ୍ତି ପରେ ସୁସ୍ଥ ଥିବା ବେଳେ ୧୯ ଜଣ ଛାତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ମେଡିକାଲ କଲେଜ ରେ ଭର୍ତ୍ତି ଥିବା ଛାତ୍ରୀ ମାନଙ୍କ ଅବସ୍ଥା ଗୁରୁତର ଥିବା କୁହା ଯାଉଛି ।