ଭୁବନେଶ୍ୱର : ଲୁଟ୍ ହୋଇଥିବାଡିଫେଣ୍ଡର୍ ମଧ୍ୟରେ ଫସିଗଲେ ଲୁଟେରା।। ଇଂଲଣ୍ଡ ରୁ ଅଟକିଲା ଗାଡ଼ି।। ଗଞ୍ଜାମରେ ଗିରଫ ହେଲେ ଲୁଟେରା।
ଟେଷ୍ଟ ଡ୍ରାଇଭ୍ ନାଁରେ ୩.୫ କୋଟିର ଡିଫେଣ୍ଡର ଲୁଟ୍, ଆଣ୍ଟି ଥେଫ୍ଟ ଟେକ୍ନୋଲୋଜିରେ ଧରାପଡିଲେ ୫ ଦୁର୍ବୃତ୍ତ!
ସ୍ମାର୍ଟ କାର୍ ହେଲା ସ୍ମାର୍ଟ ପୋଲିସ! ଲୁଟ୍ ହୋଇଥିବା ଡିଫେଣ୍ଡର ମଧ୍ୟରେ ଫସିଗଲେ ଲୁଟେରା
ଇଂଲଣ୍ଡରୁ ଅଟକିଲା ଗାଡ଼ି, ଗଞ୍ଜାମରେ ଧରାପଡିଲେ ଲୁଟେରା—ଭୁବନେଶ୍ୱରର ହାଇଟେକ୍ ଲୁଟ୍ କାହାଣୀ
ଡିଫେଣ୍ଡର ଲୁଟ୍ କରି ପଳାଉଥିବାବେଳେ ଲକ୍ ହେଲା ଡୋର୍—ଗାଡ଼ିଭିତରେ ଫସି ଗିରଫ ୫ ଅଭିଯୁକ୍ତ
ହାଇଟେକ୍ ଆଣ୍ଟି ଥେଫ୍ଟର ଦମ୍—ଲୁଟେରାଙ୍କୁ ଗାଡ଼ିଭିତରେ ବନ୍ଦ କରି ଦେଲା ଡିଫେଣ୍ଡର!
ଭୁବନେଶ୍ୱର:୨୬/୩(ସତ୍ୟାନ୍ୟୁଜ)
ଟେଷ୍ଟ ଡ୍ରାଇଭ୍ ନାଁରେ ଦୁର୍ବୃତ୍ତ ମାନେ ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳରୁ ଲୁଟିନେଇଥିଲେ ସାଢ଼େ ତିନି କୋଟି ର ଡିଫେଣ୍ଡର କାର। ହେଲେ କାରର କିଛି ଆଡଭାନ୍ସ ଫିଚର ପାଇଁ ଅଧାରେ ଅଟକି ଯାଇଥିଲା ଗାଡ଼ି। ତା ପରେ ପୋଲିସ ଯାଇ ଗାଡ଼ିଟିକୁ ଉଦ୍ଧାର କରିବା ସହ ୫ ଜଣ ଦୁର୍ବୃତ୍ତ ଙ୍କୁ କାବୁ କରିଛନ୍ତି।
ଗାଡ଼ି ଚୋରି ହେବା ପରେ ପୋଲିସ କୁ ଖବର ଦେବା ସହ କମ୍ପାନୀ କର୍ତ୍ତୃପକ୍ଷ ଜାଗୁଆର୍ ଲ୍ୟାଣ୍ଡ ରୋଭର୍ କମ୍ପାନୀ ର ଡିଫେଣ୍ଡର୍ ଗାଡ଼ି ନିର୍ମାଣକାରୀ ସଂସ୍ଥା ଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇ ଇଂଲଣ୍ଡ ରେ ଥିବା ଏହି କମ୍ପାନୀ କର୍ତ୍ତୃପକ୍ଷ ଆଣ୍ଟି ଥେପ୍ଟ ଟେକ୍ନୋଲୋଜି ବ୍ୟବହାର କରି ଗାଡ଼ି କୁ ଅଟକାଇ ଦେଇଥିଲେ। ସେତେବେଳେ ଗାଡ଼ିଟି ଗଞ୍ଜାମ ଜିଲ୍ଲା ଦେଇ ଯାଉଥିଲା। ଗାଡ଼ି ଅଟକିବା ପରେ ସମସ୍ତ ଡୋର୍ ଲକ୍ ହୋଇ ଯାଇଥିଲା। ପୋଲିସ୍ ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଗାଡ଼ି ଭିତରେ ଫସି ରହିଥିବା ୫ ଜଣ ଲୁଟେରା ଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛନ୍ତି। ଲୁଟେରା ଙ୍କ ମଧ୍ୟରେ ୪ ଜଣ ବିହାର ଅଞ୍ଚଳର ହୋଇଥିବା ବେଳେ ଜଣେ ସ୍ଥାନୀୟ ଲୋକ ହୋଇଥିବା ସୂଚନା ରହିଛି।