ରାଉରକେଲା: ଆଉ ତିନି ଦିନ ବର୍ଷା ଲାଗି ରହିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ।। ସୁନ୍ଦରଗଡ଼ ଜିଲ୍ଲା କୁ ଅରେଞ୍ଜ ୱାର୍ଣିଂ।
ରାଉରକେଲା:୩୧/୮
(ସତ୍ୟାନ୍ୟୁଜ) ଲଘୁଚାପ ପ୍ରଭାବରେ ଆଜି ସୁନ୍ଦରଗଡ଼ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ୮ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣିଂ ଦିଆ ଯାଇଛି। ଏବେ ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ୨ ଦିନ ହେଲା ରାଜ୍ୟବ୍ୟାପୀ ତୁହାକୁ ତୁହା ବର୍ଷା ଲାଗି ରହିଛି। ବର୍ଷାର ପ୍ରକୋପ ରାଜ୍ୟରେ ଆହୁରି ୩ ଦିନ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଶେଷକରି ଉତ୍ତର ଓଡ଼ିଶାରେ ଭୀଷଣରୁ ଅତିଭୀଷଣ ବର୍ଷା ହେବା ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶା ର ବରଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣିଂ ଦିଆ ଯାଇଛି। ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ଆଜି , ଆସନ୍ତାକାଲି ଏବଂ ବୁଧବାର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ସହ ହାଲୁକା ପବନ ମଧ୍ୟ ବହି ପାରେ। ବରଗଡ଼ ଜିଲ୍ଲାରେ ଆଜି ସ୍କୁଲ ବନ୍ଦ ଥିବା ବେଳେ ସୁନ୍ଦରଗଡ଼ ବର୍ଷା ସ୍ଥିତି ଉପରେ ପ୍ରଶାସନ ନଜର ରଖିଛି ।