ସୁନ୍ଦରଗଡ଼ : ୩୧/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ରୁ ଫେରାର ହୋଇଥିବା ବିଚାରଧୀନ କଏଦୀ ଟେକ୍ ଚାନ୍ଦ ବେହେରାଙ୍କୁ ଗିରଫ କରିଛି ସୁନ୍ଦରଗଡ଼ ଟାଉନ୍ ଥାନା ପୋଲିସ। ଉକ୍ତ ଫେରାର କଏଦୀ ହତ୍ୟା ମାମଲାରେ ଗିରଫ ହୋଇ ଗତବର୍ଷ ଅପ୍ରେଲ ମାସରୁ ଜେଲ୍ ରେ ଥିଲା। ୪ ଦିନ ତଳେ ଶରୀର ଅସୁସ୍ଥ ହେବାରୁ ଉକ୍ତ କଏଦୀ ଟେକ୍ ଚାନ୍ଦ ଙ୍କୁ ମେଡିକାଲ ରେ ଭର୍ତ୍ତି କରା ଯାଇଥିଲା। ୩ ଜଣ ପୋଲିସ୍ କର୍ମଚାରୀ ମଧ୍ୟ ତାଙ୍କୁ ଜଗି ରହି ଥିଲେ। ହେଲେ ସେ ଶୌଚ କରିବା ବାହାନା ରେ ହସ୍ପିଟାଲ୍ ରୁ ଫେରାର ହୋଇ ଯାଇଥିଲେ।କଏଦୀ ଜଣକ ସଦର ଥାନା ରୁପାବାହାଲ ଗାଁ ର ଏବଂ ହତ୍ୟା ଅଭିଯୋଗ ରେ ଜେଲ୍ ରେ ଥିଲେ । ସୂଚନା ପାଇବା ପରେ ଟାଉନ୍ ଥାନା ପୁଲିସ ଏକ ମାମଲା ରଜ୍ଜୁ କରି ଟେକ୍ ଚାନ୍ଦ ଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲେ। ଗତକାଲି ସନ୍ଧ୍ୟାରେ ତାଙ୍କୁ ରୁପାବାହାଲ ନିକଟ ଜଙ୍ଗଲ ରୁ ଗିରଫ କରା ଯାଇଛି।
ଅନ୍ୟ ଏକ ଘଟଣାରେ ଗତକାଲି ରାଉରକେଲା ୩ ନମ୍ୱର୍ ସେକ୍ଟର ଥାନାରୁ ଜଣେ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ଏକ ଚୋରି ଘଟଣାରେ ପୋଲିସ ତାଙ୍କୁ ପଚରା ଉଚୁରା କରିବାକୁ ଆଣିଥିଲେ।