ଭୁବନେଶ୍ୱର:୩/୩
(ସତ୍ୟାନ୍ୟୁଜ) ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ର ବରିଷ୍ଠ ନେତା ଦିଲ୍ଲୀପ ରାୟ ରାଜ୍ୟ ସଭା ନିର୍ବାଚନ ପାଇଁ ସ୍ଵାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବେ। ଏହା ଦିଲ୍ଲୀପ ରାୟ ନିଜେ ସ୍ପଷ୍ଟ କରିଛନ୍ତି। ଭାରତୀୟ ଜନତା ପାର୍ଟି ମଧ୍ୟ ଦିଲ୍ଲୀପ ଙ୍କୁ ସମର୍ଥନ ଦେବ। ଏହା ଘୋଷଣା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଦିଲ୍ଲୀପ ଙ୍କ ବିଜୟ ନେଇ ବିଜେପି ନିଶ୍ଚିତ ବୋଲି କୁହା ଯାଉଛି।
ରାଜ୍ୟ ସଭା ନିର୍ବାଚନ ପାଇଁ ବିଜେପି ଆଜି ଦଳର ପ୍ରାର୍ଥୀ ଘୋଷଣା କରିଛି। ବିଜେପି ମନମୋହନ ସାମଲ ଏବଂ ସୁଜିତ୍ କୁମାର ଙ୍କୁ ଦଳ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଚତୁର୍ଥ ସିଟ୍ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ। ଦୁଇଟି ରାଜ୍ୟ ସଭା ସିଟ୍ ବିଜେପି ର ନିଶ୍ଚିତ ଥିବା ବେଳେ ବିଜେଡ଼ି ର ଗୋଟିଏ ସିଟ୍ ନିଶ୍ଚିତ ରହିଛି। ମାତ୍ର ଚତୁର୍ଥ ଆସନ ପାଇଁ କୌଣସି ଦଳ ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ। ବିଜେପି ଦିଲ୍ଲୀପ ରାୟ ଙ୍କୁ ସମର୍ଥନ ଦେବା ଘୋଷଣା କରିଛି। କଂଗ୍ରେସ ଏବଂ ବିଜେଡି ରୁ କିଛି ବିଧାୟକଙ୍କ ଭୋଟ ନେଇ ଦିଲ୍ଲୀପ ରାୟ ରାଜ୍ୟ ସଭା ସିଟ୍ ହାସଲ କରିବା ସମ୍ଭାବନା ଅଧିକ ରହିଛି। ୨୦୦୨ ରେ ଦିଲ୍ଲୀପ ରାୟ ସ୍ଵାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରି ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ସେତେ ବେଳେ ନବୀନ ପଟ୍ଟନାୟକ ଦିଲ୍ଲୀପ ଙ୍କୁ ହରାଇବାକୁ ସମସ୍ତ କଳ , ବଳ , କୌଶଳ ଲଗାଇ ଦେଇଥିଲେ। ମାତ୍ର ସଫଳ ହୋଇ ନଥିଲେ। ୨୦୦୨ ଅପେକ୍ଷା ଦିଲ୍ଲୀପ ରାୟ ଏବେ ସୁବିଧା ଜନକ ସ୍ଥିତିରେ ଥିବାରୁ ତାଙ୍କ ଜିତିବା ସମ୍ଭାବନା ଅଧିକ ରହିଛି।