ରାଉରକେଲା : ବାଇକ୍ କୁ ପିଟି ଦେଲା ପିକ୍ଅପ୍ ଭ୍ୟାନ୍।। ଦୁଇ ମୃତ।। ଉତ୍ତେଜନା।

0 114

ରାଉରକେଲା:୩/୩(ସତ୍ୟାନ୍ୟୁଜ) ବାଇକ୍ କୁ ପିକ୍ଅପ୍ ଭ୍ୟାନ୍ ପିଟି ଦେବାରୁ ଘଟଣା ସ୍ଥଳ ରେ ଦୁଇ ଜଣ କମ ବୟସ ପିଲାଙ୍କ ମୃତ୍ୟୁ ହୋଇ ଯାଇଛି। ମୃତକ ଦ୍ୱୟ ୨୦ ବର୍ଷୀୟ ଅରବିନ୍ଦ ଯୋଜୋ ଏବଂ ୧୬ ବର୍ଷୀୟ ବସନ୍ତ କାଣ୍ଡୁଲାନା ବୋଲି ଜଣା ପଡିଛି। ଏହି ଦୁର୍ଘଟଣା ସୋମବାର ରାତିରେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ଘଟିଛି। ଅରବିନ୍ଦ ଏବଂ ବସନ୍ତ ବଜାର କାମ ସାରି ରାତିରେ ଘରକୁ ଫେରୁଥିବା ବେଳେ ଏକ ପିକ୍ଅପ୍ ଭ୍ୟାନ୍ ତାଙ୍କ ବାଇକ୍ କୁ ପଛ ପଟୁ ପିଟି ଦେଇଥିଲା। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଯାଇଥିଲା। ସ୍ଥାନୀୟ ଲୋକମାନେ ଭ୍ୟାନ କୁ ଭଙ୍ଗାରୁଜା କରିଥିଲେ। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଭ୍ୟାନ୍ ଜବତ୍ କରିବା ସହ ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.